ମଦର ଚଢା ଦାମକୁ ନେଇ ବଚସା, ଗୁଳିକାଣ୍ଡ

0

ନୟାଗଡ଼(ବିଶ୍ବଜିତ୍ ନାୟକ)

ଫତେଗଡ଼ ଥାନା ଭାପୁର ବଜାର ରେ ଥିବା ମଦ ଦୋକାନ ସାମ୍ନାରେ ଗୁଳିକାଣ୍ଡ । ମଦର  ଚଢା ଦାମକୁ ନେଇ ଗ୍ରାହକ ଏବଂ କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ଏବଂ  କିଛି ମୂହୁତକେ ସୃଷ୍ଟି ହୋଇଥିଲା ଗଣ୍ଡଗୋଳ । ଫତେଗଡ଼ ଥାନା ପୀଠଖାଇ ଗାଁ ର ସାଗର ଲେଙ୍କା ନାମକ  ବ୍ୟକ୍ତି ମଦ କିଣିବା ବେଳେ ସରକାରୀ ଦର ଠାରୁ ଚଢା ଦରରେ ଟଙ୍କା ମାଗିବାକୁ ନେଇ କର୍ମଚାରୀ ଙ୍କ ସହ ଯୁକ୍ତିତର୍କ ହୋଇଥିଲା । ମାତ୍ର ଏନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ କର୍ମଚାରୀ ଙ୍କ ପକ୍ଷରୁ ସମ୍ପୃକ୍ତ ଗ୍ରାହକ ସାଗର ଲେଙ୍କା ଙ୍କ ଉପରକୁ ଫଲସ ଫାୟରିଂ ହୋଇଥିବା ସହ ତାଙ୍କୁ ମାଡ଼ ମାରି କର୍ମଚାରୀ ମାନେ ଲହୁଲୁହାଣ କରିଥିବା ସୂଚନା ମିଳିଛି ।ଏଥିରେ ଉତ୍କ୍ଷିପ୍ତ ହୋଇ ସାଗର ଙ୍କ ଗାଁ ର ଅନେକ  ଲୋକେ ମଦ ଦୋକାନ କୁ ଢେଲା ପଥର ମାଡ଼ କରିଥିଲେ ।ଘଟଣା ସ୍ଥଳରେ ଫତେଗଡ଼ ପୋଲିସ ପହଁଚି ତଦନ୍ତ ଚଳାଇଛି ।ଗୁରୁତର ସାଗର ଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି ।

Leave A Reply

Your email address will not be published.