ରାୟଗଡାର ପୁରପଲ୍ଳୀରୁ ଆମ୍ବ ଗଲା ଦିଲ୍ଳୀ ବଜାରକୁ

0

ରାୟଗଡା/ସରୋଜ କୁମାର ସାହୁ  –ଆଜି ରାୟଗଡା ଜିଲ୍ଲାରେ ଉତ୍ପାଦିତ  ହେଉଥିବା ସୁସ୍ୱାଦୁ ଆମ୍ବ ଆମ୍ରପଲ୍ଲୀ, ଦିଲଖୁସ, ଲେଙ୍ଗଡା, ଆଖୁରସଁ ଇତ୍ୟାଦି ଆମ୍ବ | ସମତା ଟ୍ରେନ ଯୋଗେ ଜିଲ୍ଲା ପ୍ରଶାସନ ତରଫରୁ ଭାରତର ରାଜଧାନୀ ଦିଲ୍ଲୀକୁ ପଠାଯାଇଛି । ଏହି ଆମ୍ବ ଦିଲ୍ଲୀ ସ୍ଥିତ ମଦର ଡେଇରୀ କଂପାନୀ ନିମନ୍ତେ ପଠାଯାଇଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ଅମ୍ରିତ ଋତୁରାଜ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଆଜି ସମତା ଟ୍ରେନ ଯୋଗେ ୨.୬ କୁଇଂଟାଲ ଆମ୍ବ ଟ୍ରେନ ଦିଲ୍ଲୀ ପଠାଯାଇଛି । ସେଠାରେ ଏହି ଆମ୍ବକୁ ୪୭ ରୁ ୬୭ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ କରାଯିବ ବୋଲି ଜଣାପଡିଛି । ରାୟଗଡା ଜିଲ୍ଲାର କାଶୀପୁର ଏବଂ ବିଷମକଟକ ଅଂଚଳରୁ ଉତ୍ପାଦିତ  ହେଉଥିବା ବିଭିନ୍ନ କିସମର ଆମ୍ବ ଗୁଡିକର ଦିଲ୍ଲୀ ବଜାରରେ ଚାହିଦା ରହିଛି । ଚଳିତ ବର୍ଷ ୩୦୦ ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶିପୁର ବିଷମକଟକ ଏବଂ କଲ୍ୟାଣସିଂହପୁର ବ୍ଲକରୁ ୩୦୦ ଟନ ଆମ୍ବା ପଠାଯିବାର ଯୋଜନା ରହିଥିଲା ବୋଲି ପିଡି, ଡିଆରଡିଏ ଅମୃିତ ଋତୁରାଜ ପ୍ରକାଶ କରିଥିଲେ । କିନ୍ତୁ ଫନି ଏବଂ କାଳବୈଶାଖୀ ବର୍ଷା ଯୋଗୁଁ ଆମ୍ବ ଅମଳ ହେବା ପୂର୍ବରୁ ନଷ୍ଟ ହୋଇଯାଇଥିଲା । ସେଥି ପାଇଁ ଚଳିତ ବର୍ଷ ରଖାଯାଇଥିବା ଧାର୍ଯ୍ୟ ଠାରୁ କମ ଆମ୍ବ ଦିଲ୍ଲୀ ପଠାଯିବାର । ତଥାପି ୧୦୦ ଟନର ଆମ୍ବ ପଠାଯିବାର ଯୋଜନା ଥିବା ଶ୍ରୀ ଋତୁରାଜ ପ୍ରକାଶ କରିଛନ୍ତି । ରାୟଗଡା ଜିଲ୍ଲାର ଧରିତି ପେନୁ ଫାର୍ମସ ପଡ୍ୟୁସର୍ସ କଂପାନୀ ତରଫରୁ ଜିଲ୍ଲାରେ ଥିବା ବିଭିନ୍ନ ଚାଷୀଙ୍କ ଠାରୁ ଆମ୍ବ ସଂଗ୍ରହ କରି ଦିଲ୍ଲୀ ସ୍ଥିତ ମଦର୍ସ ଡେଇରୀ କଂପାନୀକୁ ପଠାଯାଉଛି ବୋଲି ଓରମାସର ମୁଖ୍ୟ ନିର୍ବାହୀ ମନୋଜ କୁମାର ପାତ୍ର ପ୍ରକାଶ କରିଥିଲେ ।

Leave A Reply

Your email address will not be published.