ଟଲେ ଟଲେ ଟଲେ ଆମାର…:ଦରମା ୬୦ ହଜାର ଉପୁରି ୩୦ ହଜାର 

0

ବୌଦ୍ଧ : ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏକ ଖାକି ପୋଷାକ ପିନ୍ଧା ସରକାରୀ ବାବୁଙ୍କ ଭିଡିଓ ।ଯେଉଁ ଭିଡିଓରେ ଖାକି ପୋଷାକ ଧାରୀ ବାବୁ ଜଣଙ୍କ ଅତ୍ୟନ୍ତ ମଦ୍ୟପାନ କରି ବିଚ ବଜାରରେ ରାସ୍ତାକଡରେ ପଡି ନିଜର ଚାକିରି କରୁଥିବା ଦରମା ୬୦ ହଜାର କହୁଥିବା ବେଳେ ଉପୁରି ୩୦ ହଜାର ଟଙ୍କା ବୋଲି ସର୍ବସମ୍ମୁଖରେ ଡିଣ୍ଡିମ  ପିଟୁଛନ୍ତି । ତେବେ ଉକ୍ତ ଖାକି ପୋଷାକ ବାବୁ ଜଣଙ୍କ ଆଉ କେହି ନୁହେଁ ବୌଦ୍ଧ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ସହକାରୀ ପରିବହନ ଅଧିକାରୀ ଶ୍ରୀ କୁମାର ଭଦ୍ରା । ତେବେ ଏ ସମ୍ପର୍କରେ ଆମେ ବୌଦ୍ଧ ଭାରପ୍ରାପ୍ତ ଆଂଚଳକି ପରିବହନ ଅଧିକାରୀ ନବୀନ ନାଏକ ଙ୍କୁ ପଚାରିବାରୁ ଆଜିକାଲି ଅନେକ ଫେକ ଭିଡିଓ  ବାହାରୁଥିବା  କହିବା ସହ ଉକ୍ତ ଅଧିକାରୀ ଜଣଙ୍କ ଭଲଭାବରେ ଚିହ୍ନଟ ହୋଇପାରି ନାହିଁ ବୋଲି କହିଥିଲେ । ଏଥିସହ ଉକ୍ତ ଜୁନିଅର ଏମଭିଆଇ ଗତ ୨୦୧୮ ମସିହା ଜୁନ ମାସରେ କାର୍ଯ୍ୟରେ ଯୋଗ ଦେବାପରେ ନିଜ ଜିନିଷ ଆଣିବାକୁ ଘରକୁ ଯାଇଥିବା କହି ଏ ପର୍ଯ୍ୟନ୍ତ ତାଙ୍କର ଦେଖା ନଥିବା କହିଛନ୍ତି ଭାରପ୍ରାପ୍ତ ଆଂଚଳକି ପରିବହନ ଅଧିକାରୀ । ତେବେ ଏଠାରେ ପ୍ରଶ୍ନ ଉଠୁଚି ଜଣେ ଗୁରୁ ଦାୟିତ୍ୱରେ ଥିବା ଅଧିକାରୀ ପୋଷାକ ପିନ୍ଧି ଅତ୍ୟନ୍ତ ମଦ୍ୟପାନ କଲା ଭିଡିଓ ହସ୍ତଗତ ହେଲା ପରେ ବି  ପ୍ରଶାସନ ଭିଡିଓର ସ୍ପଷ୍ଟତାକୁ ନେଇ ଦ୍ୱନ୍ଦରେ ରହିବା  ଘଟଣା ଜିଲ୍ଲାବାସୀଙ୍କୁ  ଚକିତ କରିଛି । ସେହିପରି ଜଣେ ଅଧିକାରୀ ଗତ ବର୍ଷେ ହେବ କାର୍ଯ୍ୟରେ ଯୋଗ ନଦେଇ କିପରି ପୋଷାକ ପିନ୍ଧି ଏଭଳି କାଣ୍ଡ ଭିଆଉଛନ୍ତି ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି |

Leave A Reply

Your email address will not be published.