ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା :  ନବୀକରଣ ପ୍ରସ୍ତାବ ମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ

0

ଭୁବନେଶ୍ୱର(ଶାସକ ପ୍ରଶାସକ) : କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ପ୍ରସ୍ତାବକୁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଅନୁମୋଦନ କରିଛନ୍ତିା ଗତକାଲି ଲୋକସଂପର୍କ ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ପ୍ରଥମ କାର୍ଯ୍ୟଦିବସରେ ମନ୍ତ୍ରୀ ଶ୍ରୀ ଦାସ ଉପରୋକ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତିା

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା ରାଜ୍ୟର କର୍ମଜୀବୀ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ନିରାପତ୍ତା ପାଇଁ କାର୍ଯ୍ୟକାରୀ ହୋଇଛିା ଗତକାଲି ମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହେବା ଫଳରେ ରାଜ୍ୟର ତାଲିକାଭୁକ୍ତ ୬୦୧୧ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟବୀମା ଯୋଜନାର ସୁବିଧା ଅବିଚ୍ଛିନ୍ନ ଭାବରେ ଉପଲବ୍ଧ ହେବ | 

Leave A Reply

Your email address will not be published.