ଜାରି ରହିବ ଉଜ୍ଜ୍ଵଳା ମ୍ୟାନଙ୍କ ଅଭିଯାନ: ପ୍ରତାପକୁ ଏମଏସଏମଏଇ, ପ୍ରାଣୀ ଓ ମତ୍ସ୍ୟସମ୍ପଦ

0

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଶପଥ ନେଇଥିବା  ୫୭ ଜଣିଆ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି |  ଗୁହମନ୍ତ୍ରୀ ଥିବା ରାଜନାଥ ସିଂଙ୍କ ପୂର୍ବ ମନ୍ତ୍ରଣାଳୟ ପରିବର୍ତ୍ତନ କରି ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଥିବା ବେଳେ ବିଜେପି ସଭାପତି ଅମିତ ଶାହାଙ୍କୁ ଗୃହ ମନ୍ତ୍ରଣାଳୟ ଦିଆଯାଇଛି | ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଥିବା ନିର୍ମଳା  ସୀତାରମଣଙ୍କୁ ଅର୍ଥ ମନ୍ତ୍ରଣାଳୟ ଦିଆଯାଇଛି | ସଦସ୍ୟଙ୍କୁ ନେଇ ଆରମ୍ଭ କରିବାକୁ ଯାଉଛନ୍ତି । ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଉଜ୍ଜ୍ଵଳା ମ୍ୟାନ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଆସ୍ଥା ଅତୁଟ ରଖି ତାଙ୍କୁ କ୍ୟାବିନେଟରେ ପୁନଃ ସାମିଲ କରିଥିବା ବେଳେ ମୂଳ ମନ୍ତ୍ରଣାଳୟ  ଅପରିବର୍ତ୍ତିତ ରଖିଛନ୍ତି |  ତାଙ୍କୁ ପୁଣି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସହ ଇସ୍ପାତ ଭଳି ଗୁରୁତ୍ୱପୂର୍ଣ ମନ୍ତ୍ରଣାଳୟ ର ଦାୟିତ୍ୱ ମଧ୍ୟ ଦିଆଯାଇଛି । ସୂଚନାଯୋଗ୍ୟଯେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ବାଦ ପଡିଛନ୍ତି | ମୋଦିଙ୍କ ମନ୍ତ୍ରୀ ପରିଷଦରେ  ରାଷ୍ଟ୍ରମନ୍ତ୍ରୀଭାବେ ସ୍ଥାନ ପାଇଥିବା ଓଡ଼ିଶାର ପ୍ରତାପ ଷଡ଼ଙ୍ଗୀଙ୍କୁ ଏମଏସଏମଏଇ , ପ୍ରାଣୀ ଓ ମତ୍ସ୍ୟସମ୍ପଦ ମନ୍ତ୍ରଣାଳୟ ଦିଆ ଯାଇଛି । ଆଗକୁ ହୁଏତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇପାରେ | ଓଡିଶାରୁ ଆଉ କେହି ମନ୍ତ୍ରୀ ବି ହୋଇ ପାରନ୍ତି, ତାଜା ଭିନ୍ନ କଥା | ଗତ କିଛି ଦିନ ଧରି ବିଜେପି ଭିତରେ ଏକ ଅସନ୍ତୁଷ୍ଟ ଗୋଷ୍ଠୀ ଧର୍ମେନ୍ଦ୍ରଙ୍କୁ ପରୋକ୍ଷ ସମାଲୋଚନା ସାମାଜିକ ଗଣମାଧ୍ୟମରେ କରି ଆସୁଥିବା ବେଳେ ରାଜ୍ୟ ରାଜନୀତିକୁ ବା ରାଜ୍ୟ ବିଜେପିକୁ ପ୍ରଧାନମନ୍ତ୍ରୀ ମୋଦିଜୀ ଏକ ସ୍ପଷ୍ଟ ସଂକେତ ଦେଇଛନ୍ତି ଯେ ଉଜ୍ଜ୍ୱଳ ମ୍ୟାନ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ତାଙ୍କ ଆସ୍ଥା ଅତୁଟ ରହିଛି | ଆଉ ମୋଟାମୋଟି ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା ସତ୍ତ୍ୱେ ଧର୍ମେନ୍ଦ୍ରଙ୍କ ସେନାପତିତ୍ବରେ ବିଜେପି ଯାହା ସଫଳତା ପାଇଛି ସେଥିରେ ବି ସନ୍ତୁଷ୍ଟ ବୋଲି ଏକ ବାର୍ତ୍ତା ଦେଇଛନ୍ତି |

କ୍ୟାବିନେଟ ମନ୍ତ୍ରୀ

୧. ରାଜନାଥ ସିଂ: ପ୍ରତିରକ୍ଷା

୨. ଅମିତ ଶାହ: ଗୃହ

୩. ନୀତିନ ଗଡକରୀ: ସଡ଼କ ପରିବହନ ଓ ରାଜପଥ, ଏମଏସଏମଇ

୪. ଡି. ଭି ସଦାନନ୍ଦ ଗୌଡା : ସାର ଓ ରସାୟନ

୫. ନିର୍ମଲା ସୀତାରମଣ: ଅର୍ଥ କର୍ପୋରେଟ ବ୍ୟାପାର

୬. ରାମ ବିଲାସ ପାଶୱାନ: ଖାଦ୍ୟ ଯୋଗାଣ

୭. ନରେନ୍ଦ୍ର ସିଂ ତୋମାର: କୃଷି, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚୟତିରାଜ

୮. ରବି ଶଙ୍କର ପ୍ରସାଦ : ଆଇନ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି

୯. ହରସିମରତ କୌର ବାଦଲ: ଖାଦ୍ୟ ପ୍ରକ୍ରୀୟାକରଣ, ଶିଳ୍ପ

୧୦. ଥାବର ଚାନ୍ଦ ଗେହଲଟ: ସାମାଜିକ ନ୍ୟାୟ ଓ ସଶକ୍ତିକରଣ

୧୧. ଏସ ଜୟଶଙ୍କର: ବୈଦେଶିକ ବ୍ୟାପାର

୧୨. ରମେଶ ପୋଖରୀୟାଲ ନିିଶଙ୍କ: ମାନବସମ୍ବଳ ବିକାଶ

୧୩. ଅର୍ଜୁନ ମୁଣ୍ଡା : ଆଦିବାସୀ ବ୍ୟାପାର

୧୪. ସ୍ମୃତି ଜୁବେନ ଇରାନୀ: ମହିଳା ଓ ଶିଶୁ ବିକାଶ, ବୟନଶିଳ୍ପ

୧୫. ଡ. ହର୍ଷବର୍ଦ୍ଧନ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା

୧୬. ପ୍ରକାଶ କେଶବ ଜାଭେଡକର: ଜଙ୍ଗଲ ଓ ପରିବେଶ, ସୂଚନା ଓ ପ୍ରସାରଣ

୧୭. ପୀୟୁଷ ବେଦପ୍ରକାଶ ଗୋୟେଲ: ରେଳ, ବାଣିଜ୍ୟ ଓ ଶିଳ୍ପ

୧୮. ଧର୍ମେନ୍ଦ୍ର ପ୍ରଧାନ: ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଇସ୍ପାତ

୧୯. ମୁଖତାର ଆବାସ ନକଭି: ସଂଖ୍ୟାଲଘୁ

୨୦. ପ୍ରହଲାଦ ଯୋଶୀ: ସଂସଦୀୟ ବ୍ୟାପାର, କୋଇଲା ଓ ଖଣି

୨୧. ମହେନ୍ଦ୍ର ନାଥ ପାଣ୍ଡେ : ଦକ୍ଷତା ବିକାଶ ଓ ଉଦ୍ୟୋଗିକରଣ

୨୨. ଅରବିନ୍ଦ ଗଣପତ ସାୱାନ୍ତ : ଭାରିଶିଳ୍ପ ଓ ସାଧାରଣ ଉଦ୍ୟୋଗ

୨୩. ଗିରିରାଜ ସିଂହ: ପ୍ରାଣୀ ସମ୍ପଦ ଓ ମତ୍ସ୍ୟସମ୍ପଦ

୨୪. ଗଜେନ୍ଦ୍ର ସିଂହ ଶେଖାୱତ: ଜଳ ଓ ଶକ୍ତି

 ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)

୧. ସନ୍ତୋଷ ଗଙ୍ଗୱାର: ଶ୍ରମ ଓ ନିୟୋଜନ

୨. ରାଓ ଇନ୍ଦ୍ରଜିତ୍‌ ସିଂହ : ଯୋଜନା, କାର୍ଯ୍ୟକ୍ରମ ଓ ପରିସଂଖ୍ୟାନ

୩. ଶ୍ରୀପଦ ୟସୋ ନାଏକ : ଆର୍ୟୁବେଦ, ଯୋଗ ଓ ହମିଓପାଥି

୪. ଜିତେନ୍ଦ୍ର ସିଂହ: ଉତ୍ତର-ପୂର୍ବ ବିକାଶ, ପିଏମ୍‌ଓ ଏବଂ ଆଣବିକ, ମହାକାଶ ଓ ଆଣବିକ ଶକ୍ତି ଏବଂ ପେନ୍‌ସନ୍‌

୫. କିରନ ରିଜଜୁ: କ୍ରୀଡ଼ା, ଯୁବ ଓ ସଂଖ୍ୟାଲଘୁ ବ୍ୟାପାର

୬.ପ୍ରହଲ୍ଲାଦ ସିଂହ ପଟେଲ: ସଂସ୍କୃତି ଓ ପର୍ଯ୍ୟଟନ

୭.ରାଜକୁମାର ସିଂହ : ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି

୮. ହରଦ୍ୱୀପ ସିଂହ ପୁରୀ: ଗୃହ ଓ ନଗର ବ୍ୟାପାର ଏବଂ ବେସାମରିକ ବିମାନ ଚଳାଚଳ, ଶିଳ୍ପ ଓ ବାଣିଜ୍ୟ

୯. ମନ୍‌ସୁକ୍‌ ମାଣ୍ଡଭ୍ୟ: ଜାହାଜ ଏବଂ ସାର ଓ ରସାୟନ

ରାଷ୍ଟ୍ରମନ୍ତ୍ରୀ

୧.ଫଗନ ସିଂହ କୁଲାସ୍ତେ : ଇସ୍ପାତ

୨. ଅଶ୍ୱିନୀ ଚୁବେ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

୩. ଅର୍ଜୁନ ରାମ ମେଘୱାଲ : ସଂସଦୀୟ ବ୍ୟାପାର ଏବଂ ଭାରୀ ଶିଳ୍ପ

୪. ଭି. କେ ସିଂହ : ସଡ଼କ ଓ ପରିବହନ ଏବଂ ଜାତୀୟ ରାଜପଥ

୫.କିଷନ ପାଲ : ସାମାଜିକ ନ୍ୟାୟ ଓ ସଶକ୍ତିକରଣ

୬. ଡନ୍‌ଭେ ଡଡାରାଓ: ଖାଉଟି କଲ୍ୟାଣ ଓ ଖାଦ୍ୟ, ଯୋଗାଣ ବିଭାଗ

୭. କିଷନ ରେଡ୍ଡୀ : ଗୃହ ମନ୍ତ୍ରାଳୟ

୮. ପାର୍ଶ୍ୱତମ୍‌ ରୂପାଲା : କୃଷି ଓ କୃଷକ ଉନ୍ନୟନ

୯. ରାମଦାସ ଅଠୱାଲେ : ସାମାଜିକ ନ୍ୟାୟ ଓ ସଶକ୍ତିକରଣ

୧୦. ସାଧବୀ   ନିରଞ୍ଜନ ଜ୍ୟୋତି: ଗ୍ରାମ୍ୟ ଉନ୍ନୟନ

୧୧. ବାବୁଲ ସୁପ୍ରିୟୋ :ପରିବେଶ, ଜଙ୍ଗଲ ଏବଂ ପାଣିପାଗ ପରିବର୍ତ୍ତନ

୧୨. ସଞ୍ଜୀବ କୁମାର ବଲିୟାନ :ପଶୁ ସମ୍ପଦ, ଗୋ ପାଳନ ଓ ମତ୍ସ୍ୟ ସମ୍ପଦ

୧୩. ଧୋତ୍ରେ ସଂଜୟ ସାମରାଓ: ମାନବ ସମ୍ବଳ ବିକାଶ ଓ ଯୋଗାଯୋଗ ଏବଂ ପ୍ରଯୁକ୍ତି ବିଦ୍ୟା

୧୪. ଅନୁରାଗ ଠାକୁର : ଅର୍ଥ

୧୫: ଅନଗାଡି ଏସ୍‌ ଚନ୍ନାବସାପା : ରେଳ

୧୬. ନିତ୍ୟାନନ୍ଦ ରାୟ : ଗୃହ 

୧୭.ରତନଲାଲ କଟାରିୟା : ଜଳ ଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତିକରଣ

୧୮. ଭି. ମୁରାଲୀଧରନ  : ବୈଦେଶିକ ବ୍ୟାପାର ଓ ସଂସଦୀୟ ବ୍ୟାପାର

୧୯. ରେଣୁକା ସିଂହ ସାରୁଟା : ଆଦିବାସୀ

୨୦. ସୋମ ପ୍ରକାଶ : ବାଣିଜ୍ୟ ଏବଂ ଶିଳ୍ପ

୨୧. ରାମେଶ୍ବର ତେଲି :ଖାଦ୍ୟ ପ୍ରକ୍ରିୟାକରଣ

୨୨. ପ୍ରତାପ ଚନ୍ଦ୍ର ଷଡଙ୍ଗୀ : ଏମଏସଏମଇ, ମତ୍ସ୍ୟ, ପଶୁ ସମ୍ପଦ, ଗୋପାଳନ

୨୩. କୈଳାଶ ଚୌଧୁରୀ: କୃଷି ଏବଂ କୃଷକ କଲ୍ୟାଣ

୨୪. ଦେବଶ୍ରୀ ଚୌଧୁରୀ : ମହିଳା ଏବଂ ଶିଶୁ ବିକାଶ

Leave A Reply

Your email address will not be published.