ସୁଦମୁଣ୍ଡାରେ ଉଠାଜଳ ସେଚନ ପଏଣ୍ଟ ସ୍ଥାପନ କେବେ 

0

ରେଢ଼ାଖୋଲ/ ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ଼ ପଞ୍ଚାୟତର ସୁଦମୁଣ୍ଡା ଗ୍ରାମରେ ଉଠାଜଳସେଚନ ପଏଣ୍ଟ ସ୍ଥାପନ ହେଉ I ଏହି ଦାବି ନେଇ ଆଜି ସୁଦମୁଣ୍ଡା ଗ୍ରାମ ବାସୀ ଉପଜିଲ୍ଲାପାଳ ବିଶିକେସନ ଦେହୁରୀ ଙ୍କୁ ଦାବି କରିଛନ୍ତି I ଏ ନେଇ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରଛନ୍ତି I ଗ୍ରାମବାସୀ ଦାବି କରିଛନ୍ତି ଯେ, ସୁଦମୁଣ୍ଡା ଗ୍ରାମ ଏକ ଚିର ମରୁଡ଼ି ପ୍ରପୀଡ଼ିତ ଗ୍ରାମ I ବର୍ଷା ଜଳ ଉପରେ ନିର୍ଭର କରି ଏହି ଗ୍ରାମର ଚାଷି ଚାଷ କାର୍ଯ୍ୟ କରିଥାନ୍ତି I ହେଲେ ବର୍ଷା ର ଅନିୟମିତତା ଯୋଗୁଁ ବହୁ ବର୍ଷ ମରୁଡ଼ି ପରିସ୍ଥିତି ସୁଷ୍ଟି ହୋଇଥାଏ I ଗ୍ରାମ ବାସୀ ଗ୍ରାମ ନିକଟ ଦେଇ ବହି ଯାଇଥିବା କେରାଣ୍ଡି ଯୋରରୁ ଚାଷ ଜମିକୁ ଜଳସେଚନ ପାଇଁ ଏକ ଉଠା ଜଳସେଚନ ପଏଣ୍ଟ ସ୍ଥାପନ କରିବାକୁ ଦାବି କରିଥିଲେ I ସରକାର ସୁଦମୁଣ୍ଡା ଗ୍ରମରେ ଉଠାଜଳସେଚନ ପଏଣ୍ଟ ସ୍ଥାପନ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି I ହେଲେ ଏହି ଉଠା ଜଳସେଚନ ପଏଣ୍ଟ ସୁଦମୁଣ୍ଡା ଗ୍ରମରେ ସ୍ଥାପନ କରାନଯାଇ ବଘାରପାଲି ଗ୍ରମରେ ସ୍ଥାପନ କରାଯିବାକୁ ଉଦ୍ୟମ କରି ଫଳକ ନିର୍ମାଣ କରାଯାଇଛି I ଯଦିଓ ବଘାରପାଲି ଗ୍ରାମରେ ପୂର୍ବରୁ ଏକ ଉଠା ଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ ଅଛି I ଏହା କୁ ନେଇ ସୁଦମୁଣ୍ଡା ଗ୍ରାମ ବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି I କଦଳୀଗଡ଼ ସରପଞ୍ଚ ନଳୀନୀ ଦେହୁରୀ ,ସତ୍ୟାନନ୍ଦ ପ୍ରଧାନ,ଭୁବନେଶ୍ୱର ପ୍ରଧାନ,ସୁରଥ ଷଣ୍ଢ, ଚାଷି ନେତା ବୁଷବକେତୁ ପ୍ରଧାନ ,ନିରଞ୍ଜନ ବାଘ,ଶ୍ୟାମ ସୁନ୍ଦର ଷଣ୍ଢ ,ଶ୍ରୀପତି ବାଘ ଙ୍କ ସମେତ ବହୁ ଗ୍ରାମ ବାସୀ ଙ୍କ ସ୍ୱାକ୍ଷର ସମ୍ବଳତ ଦାବିପତ୍ର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି I ଏହାର ଏକ ନକଲ ଉଠାଜଳସେଚନ ପ୍ରକଳ୍ପ ଅଧିକାରୀ ,ରେଢ଼ାଖୋଲ ବିଡିଓଙ୍କୁ ମଧ୍ୟ ପ୍ରଦାନ କରାଯାଇଛି |

Leave A Reply

Your email address will not be published.