ସୌମ୍ୟଙ୍କୁ ଲାଗିଲା “କାହ୍ନୁ ଗ୍ରହଣ” !!!!!

0

ଭୁବନେଶ୍ୱର : ରାଜ୍ୟସଭା ଏମପି ଥିବା ସତ୍ତ୍ୱେ ସମ୍ବାଦ_କନକ ଟିଭିର ମାଲିକ(!) ସୌମ୍ୟରଂଜନ ପଟ୍ଟନାୟକ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିଲେ | ଆଶା ଥିଲା ମନ୍ତ୍ରୀ ହେବେ ନିଶ୍ଚୟ | ଯୋଗ୍ୟତା ବି କିଛି କମ ନାହିଁ | ସବୁଠାରୁ ଅଧିକ ଭୋଟରେ  ଜିତିଛନ୍ତି | ହାତରେ ଗୋଟାଏ ବଡ ପେପର | ଗୋଟାଏ ବଡ ଟିଭି ଚାନେଲ | ଯେମିତି ହେଲେ ମନ୍ତ୍ରୀ ପଦ ମିଳିବ | ଆଉ ଭଲ ମନ୍ତ୍ରୀ ପଦ | ଫଳ ବାହାରିଲା ଠାରୁ ଚର୍ଚାରେ ରହିଲେ ସୌମ୍ୟ ବାବୁ | ଖବର କାଗଜ ଆଉ ଟିଭିରେ ବାହାରିଲେ | ଆଉ ତାଙ୍କ ପ୍ରଶଂସକ ମଧ୍ୟ ସୋସିଆଲ ମିଡିଆରେ ପ୍ରବଳ ପ୍ରଚାର କଲେ | ଲାଗୁଥିଲା ମନ୍ତ୍ରୀ ପଦ ମିଳିବ | ନୟାଗଡ ଜିଲ୍ଲାରୁ ବରଂ ଦି ଜଣଙ୍କୁ ଦେବେ, କିନ୍ତୁ ସୌମ୍ୟବାବୁଙ୍କୁ ନବୀନ ମନ୍ତ୍ରୀପଦ ଦେବେ | ହେଲେ ଫୁସ, ତାଲିକା ବାହାରିଲା ବେଳକୁ ତାଙ୍କ ନା ନାହିଁ, ସମସ୍ତେ ଆଶ୍ଚର୍ଯ୍ୟ | କଣ ଚର୍ଚ୍ଚା ହେଉଛି ହେ ସୌମ୍ୟଙ୍କୁ କୁଆଡେ “କାହ୍ନୁ ଗ୍ରହଣ” ଲାଗିଗଲା | ଯାହା ସୌମ୍ୟ ବାବୁ ଆଉ ନିରଞ୍ଜନ ବାବୁଙ୍କ ମଧ୍ୟରେ ସଲାସୁତୁରା ହୋଇଛି ଓ ସୌମ୍ୟାଙ୍କ ଜିତେଇବା ପାଇଁ ନିରଞ୍ଜନ ବାବୁ କୁଆଡେ ଡେମି କ୍ୟାଣ୍ଡିଡେଟ ଦେଇଥିଲେ ବୋଲି ଚର୍ଚ୍ଚା ହେଉଥିଲା, ହେଲେ ଠିକ ମନ୍ତ୍ରୀ ମଣ୍ଡଳ ଗଠନ ପୂର୍ବରୁ ଗଣମାଧ୍ୟମରେ କାହ୍ଣୁଙ୍କ ବାଣ ସୌମ୍ୟଙ୍କ ସପନକୁ କୁଆଡେ ଉଜାଡି ଦେଲା ବୋଲି ଏବେ ବିଜେଡି ମହଲରେ ଚର୍ଚା ହେଉଛି | 

ସୂଚନାଯୋଗ୍ୟ ଯେ,  ଦୁଇଦିନ ତଳେ ବରିଷ୍ଠ କଂଗ୍ରେସ ନେତା କାହ୍ନୁ ଚରଣ ଲେଙ୍କା ଏକ ସାମ୍ବାଦିକ ସମ୍ମିଳନୀରେ ପିସିସିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟଙ୍କ ଉପରେ ବିଷ ଓଗାଳିବା ସହ ସୌମ୍ୟ ଓ ନିରଞ୍ଜନଙ୍କ ମଧ୍ୟରେ  ବୁଝାମଣା ହୋଇଥିବା ପରୋକ୍ଷ ଅଭିଯୋଗ କରିଥିଲେ | ସୌମ୍ୟ ବାବୁ ବିଜେଡ଼ିକୁ ଯିବା ପଛରେ ଅଲଗା ଉଦ୍ଦେଶ୍ୟ ଅଛି ବୋଲି ମଧ୍ୟ ପରୋକ୍ଷରେ କହିବା ପରେ ଏହାକୁ ହେଇ ବିଜେଡି ମହଲରେ ବା ନବୀନବାବୁଙ୍କ ମନରେ ସନ୍ଦେହ ଆସିବା ସ୍ୱାଭାବିକ | ଅବଶ୍ୟ ଏହା ପଛରେ ସତ୍ୟତା କେତେ ଅଛି ନଅଛି ତାହା ନବୀନ ବାବୁଙ୍କୁ ଜଣା |  ଏବେ ଦେଖିବାକୁ ବାକି ରହିଲା, ମନ୍ତ୍ରୀ ହେବା ସ୍ୱପ୍ନରେ ବ୍ରେକ ଲାଗିବା ପରେ ସେ ବିଧାନସଭାରେ ବସିବେ ନ ରାଜ୍ୟସଭାକୁ ଚାଲିଯିବେ |

 

Leave A Reply

Your email address will not be published.