ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ନିର୍ବାହୀ ଯନ୍ତ୍ରୀ, ସମସ୍ତ ବିଡିଓ ଓ ତହସିଲଦାର ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 

ଆଗାମୀ ଜୁନ୍‍ ମାସ ପ୍ରଥମ ସପ୍ତାହରେ ଆସୁଥିବା ମୌସୁମୀ ଅତ୍ୟାଧିକ ବର୍ଷା ହେବା ସହ ସେଥିରେ ବିଭିନ୍ନ କ୍ଷେତ୍ରରେ ବହୁ କ୍ଷୟକ୍ଷତି ଭଳି ପ୍ରାକୃତିକ ବିପର୍ଯ୍ୟୟ ହେବାର ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂପୃକ୍ତ ବିଭାଗ ଅଧିକାରୀ ମାନେ ଆଗୁଆ ସତର୍କତା ପ୍ରସ୍ତୁତି ରହିବାକୁ ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂ ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ଗୁଡିକ ମଧ୍ୟରେ ମୁଖ୍ୟତଃ ରାସ୍ତା ଓ ବ୍ରିଜ ମରାମତି, ମହେନ୍ଦ୍ରତନୟା ଓ ବଂଶୀ ଧରା ନଦୀ ପ୍ରତି ସତର୍କ ନଜର ରଖିବା, ବାତ୍ୟା ଆଶ୍ରୟ ସ୍ଥଳୀ ଚିହ୍ନଟ ପାଇଁ ସ୍କୁଲ ଓ ଅଙ୍ଗନଵାଡି ଗୃହ ଚିହ୍ନଟ କରି ସେଠାରେ ବହୁ ପରିମାଣରେ ଶୁଖିଲା ଖାଦ୍ୟ ଓ ଔଷଧ ମହଜୁଦ ରଖିବା ପ୍ରଭୃତି ଉପରେ ଆଲୋଚନା ହୋଇଥିଲା ।

ଡି.ଆର.ଡି.ଏ ପିଡି ଚଞ୍ଚଳ ରାଣା, ଉପଜିଲ୍ଲାପାଳ, ରଜନୀକାନ୍ତ ସ୍ୱାଇଁ, ଡିଏଫଓ ବିବେକ କୁମାର ଏବଂ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସତ୍ୟ ସମ୍ପର୍ଣ୍ଣା ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

 

Leave A Reply

Your email address will not be published.