ଷାଠିଏ ବର୍ଷର ବୃଦ୍ଧଙ୍କ ବିଷ ପିଇ ଆତ୍ମହତ୍ୟା

0

କଳାହାଣ୍ଡି/ତୁଲମଣି ନାଗ : ଜଣେ ବୃଦ୍ଧ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି ।

ସୂଚନା ଅନୁଯାୟୀ, ଗତ କାଲି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଦଶପୁରଫାଣ୍ଡିର କୁମାରୀ ଗାଁର ଗଙ୍ଗାଧର ପଧାନ(୬୦)ଗତ ଶୁକ୍ରବାର ଅପରାହ୍ନରେ ନିଜର ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଶୋଇଗଲେ, ପରିବାର ଲୋକେ ଏସମ୍ପକରେ ଜାଣି ପାରି ଚିକିତ୍ସା ପାଇଁ ଧର୍ମଗଡ଼ ମେଡିକାଲକୁ ନେଇ ଥିଲେ ,ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା, ସେଠାରେ ଚିକତ୍ସାଧିନ ଅବସ୍ଥାରେ ଗଙ୍ଗାଧରଙ୍କ ମୃତ୍ୟୁଘଟିଥିଲା, ଏନେଇ ଦଶପୁରଫାଣ୍ଡି ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରାଯାଇଛି, ବୋଲି ଦଶପୁରଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ପ୍ରକାଶ କରିଥିଲେ ।

Leave A Reply

Your email address will not be published.