ବସନ୍ତଙ୍କୁ ନୂଆପଡାରେ ବିପୁଳ ସମ୍ବର୍ଦ୍ଧନା 

0

 ନୂଆପଡା(ଅମିତ ପୁରୋହିତ); କଳାହାଣ୍ଡି ଲୋକସଭା ଆସନରେ ବିପୁଳ ପରିମାଣରେ ବିଜୟୀ ହୋଇଥିବା ବସନ୍ତ କୁମାର ପଣ୍ଡାଙ୍କୁ ନୂଆପଡା ବାସୀ ଭବ୍ୟ ସ୍ୱାଗତ କଣାଇଛନ୍ତି । ଶ୍ରୀ ପଣ୍ଡା କଳାହାଣ୍ଡିରୁ ନୂଆପଡା ଆସୁଥିବା ବେଳେ ଖଡିଆଳ, କୋମନା, କୁରୁମପୁରୀ ଠାରେ କର୍ମକର୍ତ୍ତା ତଥା ଅଧିବାସୀ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ନୂଆପଡାରେ ବିଶିଷ୍ଟ  ସମାଜସେବୀ ସୁରେଶ ଅଗ୍ରୱାଲଙ୍କ ବାସଭବନରେ ଭାଜପା କର୍ମୀ ମାନଙ୍କ ଦ୍ୱାରା ଶ୍ରୀ ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେଠାରୁ ଏକ ବିଶାଳ ରୋଡ ଶୋ ରେ ବାଜାଗାଜା ସହ ନୂଆପଡା ସହର ପରିକ୍ରମା କରିଥିଲେ । ଏହା ପରେ ଖରିଆର ରୋଡ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ମଧ୍ୟ ଶ୍ରୀ ପଣ୍ଡାଙ୍କୁ ଭାଜପା କର୍ମୀ ତଥା ଖରିଆର ରୋଡବାସୀ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ । ସାକ୍ଷାତରେ ଶ୍ରୀ ପଣ୍ଡା କଳାହାଣ୍ଡି ଲୋକସଭା ଆସନରେ ବହୁମୁଲ୍ୟ ଭୋଟ ଦେଇ ଜୟଯୁକ୍ତ କରାଇଥିବା ଜନତାଙ୍କୁ ଧନ୍ୟବାଦ ଦେବା ସହ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଆଦିର ବିକାଶ ଦିଗରେ ସର୍ବଦା ଚେଷ୍ଟିତ ରହିବେ ବୋଲି କହିଥିଲେ । ରୋଡ ଶୋ ରେ ଭାଜପା ରାଜ୍ୟ ଉପ ସଭାପତି ପ୍ରସନ୍ନ କୁମାର ପାଢୀଙ୍କ ସହ ବିଧାନ ସଭା ପ୍ରାର୍ଥୀ ଇଂ ହୋମ ସିଂ ମାଝୀ, ସୁରେଶ ଅଗ୍ରବାଲ, ପ୍ରଦିପ ମହାପାତ୍ର, ବସନ୍ତ ସିଂ ଠାକୁର, ଶଙ୍କର ଗୁପ୍ତା, ଦିଲିପ ନିର୍ମଲକର, ପ୍ରକାଶ କଲାର, ବିନୋଦ ଅଗ୍ରବାଲ,ସରିତା ସିଂ, ବେବି ନାଜ ଆଦି ଉପସ୍ଥିତ ଥିଲେ ।

 

 

 

Leave A Reply

Your email address will not be published.