ରାଜ୍ୟ ସଂଗ୍ରହାଳୟରେ ସାଇତା ହେବ ଏଭେରେଷ୍ଟ ବିଜୟିନୀ କଳ୍ପନାଙ୍କ ସ୍ମୃତି  

0

ଭୁବନେଶ୍ୱର(ଶାସକ ପ୍ରଶାସକ)  ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କ ବିୟୋଗ ସମଗ୍ର ରାଜ୍ୟ ଓ ଦେଶ ପାଇଁ ଦୁଃଖଦାୟକା କଳ୍ପନା “ତିନି ମହିଳା ଅଭିଯାତ୍ରୀ’ ଦଳର ସଦସ୍ୟ ଭାବରେ ଦ୍ୱିତୀୟ ଥର ପାଇଁ ଏଭେରେଷ୍ଟ ଶୃଙ୍ଗ ଅରୋହଣ କରି ପ୍ରତ୍ୟାବର୍ତ୍ତନ କରୁଥ#ବା ସମୟରେ ବାଲ୍କୋନୀ ଏରିୟାରେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିବା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଛିା ଦୁଃସାହସିକ ଅଭିଯାନରେ କଳ୍ପନା ଭାରତ ସମେତ ନେପାଳ, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଓୟୁରୋପର ଅନେକ ପର୍ବତ ଶୃଙ୍ଗ ଆରୋହଣ କରିବାର ସୌଭାଗ୍ୟ ଅର୍ଜନ କରି ଦେଶର ସଫଳ ପର୍ବତାରୋହଣୀ ଭାବରେ ସମଗ୍ର ରାଜ୍ୟର କ୍ରୀଡ଼ାବିତ୍ ଓ ଯୁବକମାନଙ୍କ ନିମନ୍ତେ ଏକ ମଡେଲ୍ ପାଲଟିଥିଲୋ ତାଙ୍କର ବିୟୋଗରେ ସମଗ୍ର ରାଜ୍ୟ ମ୍ରିୟମାଣ |

 କଳ୍ପନା ଗତବର୍ଷ ତାଙ୍କ ସଫଳତାର ସନ୍ତକ-ଆରୋହଣ ପରଚ୍ଛଦ, ଜୋତା ଓ ଅନ୍ୟାନ୍ୟ ସାମଗ୍ରୀ ଇତ୍ୟାଦି ସଂସ୍କୃତି ବିଭାଗକୁ ପ୍ରଦାନ କରିଥିଲୋ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀଙ୍କ ସହିତ ଏକ ଅନୌପଚାରିକ ସୌଜନ୍ୟସାକ୍ଷାତ ଅବସରରେ ସେ ଉପରୋକ୍ତ ସାମଗ୍ରୀଗୁଡ଼ିକ ପ୍ରଦାନ କରିଥିଲୋ ସେଗୁଡ଼ିକ ସଂଗୃହିତ ହୋଇ ରାଜ୍ୟ ସଂଗ୍ରହାଳୟରେ ରଖାଯାଇଛିା ସେଗୁଡ଼ିକ ମଧ୍ୟ ସଂଗ୍ରହାଳୟରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବା ଏହା ଫଳରେ ଏଭେରେଷ୍ଟ ଆରୋହିଣୀ ଓଡ଼ିଶାର ଗୌରବ କଳ୍ପନା ଦାସଙ୍କ ସ୍ମୃତିକୁ ଉଜ୍ଜୀବିତ ରଖାଯାଇପାରିବ ବୋଲି ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ ଆଶାପ୍ରକାଶ କରିଛନ୍ତିା

ଏଠାରେ ଉଲ୍ଲେଖଯୋଗ୍ୟ ଯେ କଳ୍ପନା ଦାସ(ଜନ୍ମ-୧୯୬୬) ୨୦୦୮ ମଇ ୨୧ ତାରିଖ ଦିନ ଆମେରିକା, କାନାଡ଼ା ଓ ନେପାଳର ପର୍ବତାରୋହୀଙ୍କ ଦଳରେ ସାମିଲ ହୋଇ ବିଶ୍ୱର ଉଚ୍ଚତମ ପର୍ବତ ଶୃଙ୍ଗ ଆରୋହଣ କରିବାରେ ସଫଳ ହୋଇଥିଲୋ ସେ ଜଣେ ଆଇନଜୀବୀ ହୋଇଥିଲେ ମଧ୍ୟ ଦୁଃସାହସିକ କ୍ରୀଡ଼ାରେ ଆଜୀବନ ରୁଚି ରଖିଥିଲେ | ରାଜ୍ୟର ସମକାଳୀନ ଦୁଃସାହସିକ କ୍ରୀଡ଼ା ଇତିହାସରେ କଳ୍ପନା କିମ୍ବଦନ୍ତୀ ଭାବରେ ସ୍ମରଣୀୟ ରହିବେ ପ୍ରମୁଖ ଶାସନ ସଚିବ ଶ୍ରୀ ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତିା 

Leave A Reply

Your email address will not be published.