ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

9


ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଜ୍ଞାନବର୍ଦ୍ଧକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର ଶ୍ରୀ ରାଜେନ୍ଦ୍ର ଯାଦବ ଏବଂ ସୁବ୍ରତ ପଟନାୟକ ଆଇ.ପି.ଓ, ରାୟଗଡ଼ା, ସୃର୍ତି ରଞ୍ଜନ ପ୍ରଧାନ ଯୋଗଦେଇଥିବା ବେଳେ ଅନୁଷ୍ଠାନର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ଅକ୍ଷୟ ଦାଶ କାଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଓ ପ୍ରଫେସର ପ୍ରିୟଙ୍କା ପାଢ଼ୀ ମଞ୍ଚାସୀନ ଥିଲେ।

ଏହି ଅବସରରେ ଅତିଥିମାନେ ନବ ଉଦ୍ଭାବନ (Innovation) ଓ ଉଦ୍ୟୋଗ ମାଧ୍ୟମରେ ଛାତ୍ରଛାତ୍ରୀମାନେ କିପରି ନୂତନ ଆବିଷ୍କାର କରି ସ୍ୱାବଲମ୍ବୀ ହେବାସହ ବିକଶିତ ଭାରତ ଗଠନରେ ନିଜର ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିପାରିବେ l ଏହିସହ ଅତିଥି ମାନେ ଷ୍ଟାର୍ଟପ ରେ ଥିବା ସରକାର ପ୍ରଦତ୍ତ ସୁବିଧା ଓ ଅନୁଦାନ ବିଷୟରେ ଉଦବୋଧନ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଫାର୍ମାସି, ନର୍ସିଙ୍ଗ, ଓ ଯୁକ୍ତ ଦୁଇ ଛାତ୍ର ଛାତ୍ରୀ ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।

Leave A Reply

Your email address will not be published.