ରାଜ୍ୟ ପି ଏମ ପୋଷଣ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ଜୁନାପାଣି ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

51

ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ) ତା ୧୪/୧୦/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଜୁନାପାଣି ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ରାଜ୍ୟ ପି ଏମ ପୋଷଣ ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ପ୍ରସାଦ ମିଶ୍ର ପରିଦର୍ଶନ ରେ ଆସିଛନ୍ତି।ଏହି ଅବସରରେ ବିଦ୍ୟାଳୟ ର ଭିତ୍ତିଭୂମି,ସ୍ୱଚ୍ଛତା,ଭିନ୍ନକ୍ଷମ ପିଲା ମାନଙ୍କ ନିମନ୍ତେ ଥିବା ସକ୍ଷମ କେନ୍ଦ୍ର, ସ୍ୱଚାଳୟ, ବିଜ୍ଞାନ ଲାବ, ରୋବୋଟିକ୍ ଲାବ ସହ ପି ଏମ ପୋଷଣ ନେଇ ତଦାରଖ କରିଥିଲେ। ବିଶେଷକରି ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ସରକାରଙ୍କ ତରଫରୁ ଦିଆ ଯାଉଥିବା ସୁବିଧା ସୁଯୋଗ ର ସଠିକ୍ କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ବିଦ୍ୟାଳୟ ପରିସର ବୁଲି ଦେଖିଥିଲେ। ବିଦ୍ୟାଳୟ ପରିସର ସ୍ୱଚ୍ଛତା ନେଇ ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଷୟ ଓ ପାଠ ସଂକ୍ରାନ୍ତରେ ଭାବ ବିନିମୟ କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନି , ଡାବୁଗାଁ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ଜୁନାପାଣି ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୌତମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.