ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି। ୨୦୨୦ ମସିହାରୁ କାର୍ଯ୍ଯରତ ପ୍ରଧାନଶିକ୍ଷକ ପ୍ରଧାନଙ୍କୁ ଭୁଷ୍କୁଡି ସରକାରୀ ଉଚ୍ଚ ବିଦ୍ୟାଳୟକୁ ପ୍ରଧାନଶିକ୍ଷକ ଭାବେ ବଦଳି ହୋଇଯାଇଛି।
ନୂତନ ପ୍ରଧାନଶିକ୍ଷକ ଜି. ଗୋବିନ୍ଦ ରାଜୁ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଦାୟକାଳୀନ ସମ୍ୱର୍ଦ୍ଧନା ଉତ୍ସବ ରେ ପୂର୍ବତନ ଶିକ୍ଷକ ରାମଶଙ୍କର ଗନ୍ତାୟତ , ଶିକ୍ଷୟତ୍ରୀ ମଣିମାଳା , ବିଦ୍ୟାଳୟର ପୁରାତନ ଛାତ୍ର ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ଭାଗବତ ପାଢୀ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ସାମୂହିକ ବିକାଶ ଓ ଜିଲ୍ଲା ତଥା ରାଜ୍ୟସ୍ତରରେ ବିଦ୍ୟାଳୟକୁ ଶୀର୍ଷସ୍ଥାନକୁ ପହଂଚାଇବାରେ ତାଙ୍କର ପ୍ରମୁଖ ଅବଦାନ ବିଷୟରେ ଅବଗତ କରିଥିଲେ।ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ନିଜର ମନ୍ତବ୍ୟ ରଖିଥିଲେ। ସମ୍ୱର୍ଦ୍ଧନାର ପ୍ରତ୍ୟୁତ୍ତରରେ ପ୍ରଧାନ ତାଙ୍କ ସମୟରେ ସବୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହଯୋଗ ଏବଂ ବିଶେଷ କରି ପୁରାତନ ଛାତ୍ରଛାତ୍ରୀ ମାନଙ୍କର ସହଯୋଗ ସମ୍ପର୍କରେ ଅବଗତ କରିଥିଲେ। ତାହା ସ୍ମୁତି ହୋଇ ରହିବ। ଛାତ୍ରଛାତ୍ରୀ ମାନଙ୍କୁ ନିଜର ପରିଶ୍ରମ ଜାରୀ ରଖି ବିଦ୍ୟାଳୟର ଗୌରବକୁ ଶୀର୍ଷରେ ନେବାକୁ ପରାମର୍ଶ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.