ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ‘କ୍ଲିନ୍ ପେପର ଇନିସିଏଟିଭ୍’ ଉପରେ ଶିକ୍ଷକଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

9

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘କ୍ଲିନ୍ ପେପର ଇନିସିଏଟିଭ୍’ ଉପରେ ଏକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁ ଏବଂ ଓଡ଼ିଶା ସରକାରଙ୍କ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନସ୍ଥ ପରିବେଶ ଅଧ୍ୟୟନ କେନ୍ଦ୍ରର କାର୍ଯ୍ୟକ୍ରମ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଇକୋ କ୍ଲବ୍ ଦାୟିତ୍ୱରେ ଥିବା ୫୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଚାରିଜଣ ସମ୍ବଳ ବ୍ୟକ୍ତି ଯୋଗଦେଇ କାଗଜର ସଦୁପଯୋଗ , ଅଯଥା କାଗଜ ନଷ୍ଟ ନକରିବା , ବ୍ୟବହୃତ କାଗଜର ପୁନଃବ୍ୟବହାର ଏବଂ ପୁରୁଣା କାଗଜରୁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ହସ୍ତଶିଳ୍ପ ଓ ସୃଜନଶୀଳ ସାମଗ୍ରୀ ପ୍ରସ୍ତୁତି ସମ୍ପର୍କରେ ଉଦାହରଣ ସହ ବୁଝାଇଥିଲେ।
ଏଥିସହ ବିଦ୍ୟାଳୟ ସ୍ତରରେ ଦୈନନ୍ଦିନ ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀଙ୍କୁ କାଗଜର ସଠିକ୍ ବ୍ୟବହାର , ପରିବେଶ ସୁରକ୍ଷା , ବର୍ଜ୍ୟବସ୍ତୁର ପୁନଃବ୍ୟବହାର ଓ ପରିବେଶ ଅନୁକୂଳ ଅଭ୍ୟାସ ବିଷୟରେ କିପରି ଶିକ୍ଷା ଦିଆଯାଇପାରିବ, ସେ ସମ୍ପର୍କରେ ସମ୍ବଳ ବ୍ୟକ୍ତିମାନେ ମାର୍ଗଦର୍ଶନ କରିଥିଲେ। ଇକୋ କ୍ଲବ୍ ମାଧ୍ୟମରେ ବିଦ୍ୟାଳୟ ପରିବେଶକୁ ସ୍ୱଚ୍ଛ , ସୁନ୍ଦର ଓ ସବୁଜ ରଖିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ପ୍ରତି ଦାୟିତ୍ୱବୋଧ ଜାଗ୍ରତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ୱାଇ. କୃଷ୍ଣ ରାଓ ଏବଂ ଗଜପତି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଜି. ଗୋବିନ୍ଦ ରାଜୁ ଏବଂ ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା।
ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରମାନେ ଅତିଥି ଭାବେ ଯୋଗଦେଇଥିବାବେଳେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସାହିତ୍ୟ ଏକାଡେମୀର ଦାୟିତ୍ୱରେ ଥିବା ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
“ଏକ ସ୍ୱଚ୍ଛ ଓ ସବୁଜ ଓଡ଼ିଶା ଗଢ଼ିବା ଆମ ହାତରେ। ଆସନ୍ତୁ, ପରିବେଶର ଯତ୍ନ ନେବା , ପରସ୍ପରକୁ ସହଯୋଗ କରିବା ଏବଂ ଅନ୍ୟମାନଙ୍କୁ ପରିବେଶ ସୁରକ୍ଷା ପାଇଁ ପ୍ରେରିତ କରିବା”। ଏହି ବାର୍ତ୍ତା ସହିତ ଶିକ୍ଷକମାନେ ନିଜ ନିଜ ବିଦ୍ୟାଳୟରେ ଏହି ଅଭିଯାନକୁ ଆଗେଇ ନେବାକୁ ଆହ୍ୱାନ ଦିଆଯାଇଥିଲା।
ପରିବେଶ ସୁରକ୍ଷା , କାଗଜର ସୁବିନିଯୋଗ ଓ ପୁନଃବ୍ୟବହାର ମାଧ୍ୟମରେ ବିଦ୍ୟାଳୟଗୁଡ଼ିକୁ ଅଧିକ ସ୍ୱଚ୍ଛ ଓ ପରିବେଶ ଅନୁକୂଳ କରିବା ସହ ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ସଂରକ୍ଷଣର ମୂଲ୍ୟବୋଧ ସୃଷ୍ଟି କରିବା ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘କ୍ଲିନ୍ ପେପର ଇନିସିଏଟିଭ୍’ ଉପରେ ଏକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁ ଏବଂ ଓଡ଼ିଶା ସରକାରଙ୍କ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନସ୍ଥ ପରିବେଶ ଅଧ୍ୟୟନ କେନ୍ଦ୍ରର କାର୍ଯ୍ୟକ୍ରମ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଇକୋ କ୍ଲବ୍ ଦାୟିତ୍ୱରେ ଥିବା ୫୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଚାରିଜଣ ସମ୍ବଳ ବ୍ୟକ୍ତି ଯୋଗଦେଇ କାଗଜର ସଦୁପଯୋଗ , ଅଯଥା କାଗଜ ନଷ୍ଟ ନକରିବା , ବ୍ୟବହୃତ କାଗଜର ପୁନଃବ୍ୟବହାର ଏବଂ ପୁରୁଣା କାଗଜରୁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ହସ୍ତଶିଳ୍ପ ଓ ସୃଜନଶୀଳ ସାମଗ୍ରୀ ପ୍ରସ୍ତୁତି ସମ୍ପର୍କରେ ଉଦାହରଣ ସହ ବୁଝାଇଥିଲେ।
ଏଥିସହ ବିଦ୍ୟାଳୟ ସ୍ତରରେ ଦୈନନ୍ଦିନ ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀଙ୍କୁ କାଗଜର ସଠିକ୍ ବ୍ୟବହାର , ପରିବେଶ ସୁରକ୍ଷା , ବର୍ଜ୍ୟବସ୍ତୁର ପୁନଃବ୍ୟବହାର ଓ ପରିବେଶ ଅନୁକୂଳ ଅଭ୍ୟାସ ବିଷୟରେ କିପରି ଶିକ୍ଷା ଦିଆଯାଇପାରିବ, ସେ ସମ୍ପର୍କରେ ସମ୍ବଳ ବ୍ୟକ୍ତିମାନେ ମାର୍ଗଦର୍ଶନ କରିଥିଲେ। ଇକୋ କ୍ଲବ୍ ମାଧ୍ୟମରେ ବିଦ୍ୟାଳୟ ପରିବେଶକୁ ସ୍ୱଚ୍ଛ , ସୁନ୍ଦର ଓ ସବୁଜ ରଖିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ପ୍ରତି ଦାୟିତ୍ୱବୋଧ ଜାଗ୍ରତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ୱାଇ. କୃଷ୍ଣ ରାଓ ଏବଂ ଗଜପତି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଜି. ଗୋବିନ୍ଦ ରାଜୁ ଏବଂ ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା।
ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରମାନେ ଅତିଥି ଭାବେ ଯୋଗଦେଇଥିବାବେଳେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସାହିତ୍ୟ ଏକାଡେମୀର ଦାୟିତ୍ୱରେ ଥିବା ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
“ଏକ ସ୍ୱଚ୍ଛ ଓ ସବୁଜ ଓଡ଼ିଶା ଗଢ଼ିବା ଆମ ହାତରେ। ଆସନ୍ତୁ, ପରିବେଶର ଯତ୍ନ ନେବା , ପରସ୍ପରକୁ ସହଯୋଗ କରିବା ଏବଂ ଅନ୍ୟମାନଙ୍କୁ ପରିବେଶ ସୁରକ୍ଷା ପାଇଁ ପ୍ରେରିତ କରିବା”। ଏହି ବାର୍ତ୍ତା ସହିତ ଶିକ୍ଷକମାନେ ନିଜ ନିଜ ବିଦ୍ୟାଳୟରେ ଏହି ଅଭିଯାନକୁ ଆଗେଇ ନେବାକୁ ଆହ୍ୱାନ ଦିଆଯାଇଥିଲା।
ପରିବେଶ ସୁରକ୍ଷା , କାଗଜର ସୁବିନିଯୋଗ ଓ ପୁନଃବ୍ୟବହାର ମାଧ୍ୟମରେ ବିଦ୍ୟାଳୟଗୁଡ଼ିକୁ ଅଧିକ ସ୍ୱଚ୍ଛ ଓ ପରିବେଶ ଅନୁକୂଳ କରିବା ସହ ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ସଂରକ୍ଷଣର ମୂଲ୍ୟବୋଧ ସୃଷ୍ଟି କରିବା ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।

Leave A Reply

Your email address will not be published.