୪ ବର୍ଷ ହେଲା ଅସମ୍ପୂର୍ଣ୍ଣ କଦଳୀଗଡ଼ ଓଭରହେଡ଼ ଟ୍ୟାଙ୍କି

0

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ:ରେଢ଼ାଖୋଲ :ସରକାର ଗ୍ରାମାଞ୍ଚଳର ଲୋକ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି I ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କୁ ସୁନିଶ୍ଚିତ କରିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଗାଁ ମାନଙ୍କରେ ଓଭରହେଡ ପାଣି ଟ୍ୟାଙ୍କି ନିର୍ମାଣ କରାଯାଇ ବିଦ୍ୟୁତ୍ ସଂଯୋଗ ହେଲେ ମଧ୍ୟ ଉକ୍ତ ଟ୍ୟାଙ୍କି ରୁ ଜନସାଧାରଣ ଙ୍କୁ ପିଇବା ପାଣି ଯୋଗାଇବାର ବ୍ୟବସ୍ଥାରହିଛି I ତେବେ ବିଡମ୍ବନାର ବିଷୟ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକର ଅନ୍ୟ ତମ ସର୍ବବୁହତ ଗ୍ରାମ କଦଳୀଗଡ଼ ରେ ୪ ବର୍ଷ ହେଲାଣି ଅଧପନ୍ତରିଆ ଭାବରେ ଓଭରହେଡ ଟ୍ୟାଙ୍କି ସମ୍ପୂର୍ଣ୍ଣ ହେଇପାରୁ ନାହିଁ  I ଟ୍ୟାଙ୍କ କାର୍ଯ୍ୟ ଶିଘ୍ର ସମ୍ପୂର୍ଣ୍ଣ କରି କାର୍ଯ୍ୟ କ୍ଷମ କରିବାକୁ ଗ୍ରାମ ବାସୀ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଦୁଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି I ଏ ସଂକ୍ରାନ୍ତ ରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଠିକାଦାର ଙ୍କୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ତାଗିତ୍ କରାଯାଇଛି ବୋଲି କହିଥିଲେ I

 

Leave A Reply

Your email address will not be published.