ଜି.ଉଦୟଗିରି, ୧୩/୧୦(ଅବନୀ କୁମାର ପ୍ରଧାନ )ଜି.ଉଦୟଗିରି ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ସ୍ଥାନୀୟ ବ୍ଲକ ରେ ଅଙ୍ଗନବାଡି ସୁପରଭାଇଜର ଓ କର୍ମୀ ମାନଙ୍କ ନିମନ୍ତେ ମମତା ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଧନ ଯୋଜନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା |ଦୁଇଟି ପର୍ଯ୍ୟୟରେ ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରରେ ସ୍ଥାନୀୟ ବ୍ଲକ ର ୩ ଜଣ ସୁପରଭାଇଜର ଓ ୫୮ ଜଣ ଅଙ୍ଗନବାଡି କର୍ମୀ ଯୋଗ ଦେଇ ମାତୃତ୍ୱ ଯୋଜନା ବିଷୟରେ ପ୍ରଶିକ୍ଷଣ ନେଇଥିଲେ |ମା ଓ ଶିଶୁ ର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ, ଗର୍ଭବତୀ ଓ ପ୍ରସୂତି ସମ୍ବନ୍ଧୀୟ ସରକାରୀ ସହାୟତା ହିତାଧିକାରୀ ଙ୍କ ନିକଟରେ ପହଂଚାଇବା ଓ ଯୋଜନାର ସଠିକ ସମ୍ପାଦନା ନେଇ ପ୍ରଶିକ୍ଷଣ ଦିଆଯାଇଥିଲା |କାର୍ଯ୍ୟକ୍ରମ ରେ ସ୍ଥାନୀୟ ସିଡିପିଓ କଳ୍ପନା ଷଢଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରର ଉଦଘାଟନ କରିଥିଲେ |କାର୍ଯ୍ୟକ୍ରମ କୁ ମମତା ଯୋଜନା ପିଏ ସୂର୍ଯ୍ୟନାରାୟଣ ମହାରଣା ପରିଚାଳନା କରିଥିଲେ ଶେଷରେ ଉର୍ବଶୀ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ |
Sign in
Sign in
Recover your password.
A password will be e-mailed to you.