ଶିକ୍ଷକଙ୍କୁ ମିଳୁନି ଦରମା ।

39

ଦରମା ପାଇଁ ସରକାରଙ୍କ ଟଙ୍କା ଅଭାବ ନା ମୁଖ୍ୟମନ୍ତ୍ରୀ ଙ୍କ ଆଦେଶକୁ ଅଧିକାରୀଙ୍କ ବେଖାତିର ?

ପଦ୍ମପୁର: – ବରଗଡ଼ ଶିକ୍ଷା ଜିଲ୍ଲା ଅନ୍ତର୍ଗତ 610 ଓ ନୂତନ ଅନୁଦାନପ୍ରାପ୍ତ ସ୍କୁଲ ମାନଙ୍କର ଦରମା ପ୍ରଦାନ କରିବା ଅହେତୁକ ବିଳମ୍ବ ଯୋଗୁଁ ଶିକ୍ଷକ ମହଲରେ ଅସନ୍ତୋଷ ର ବାତାବରଣ ସୃଷ୍ଟି ହେଉଛି। ଏହା ଆଜିର କଥା ନୁହେଁ ରୀତିମତ ବିଳମ୍ବ କରିବା ଏକ ଅଭ୍ୟାସରେ ପରିଣତ ହୋଇସାରିଛି। ସରକାରୀ ନିୟାମାନୁଯାୟୀ ପ୍ରତ୍ୟେକ ମାସର ପ୍ରଥମ ତାରିଖ ରେ ଦରମା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଥିବା ସତ୍ତ୍ବେ ଦରମା ଅନୁମୋଦନ କରୁଥିବା ଅଧିକାରୀଙ୍କ ଖାମଖିଆଲି ମନୋଭାବ ଏଥି ନିମନ୍ତେ ସମ୍ପୂର୍ଣ୍ଣ ଦାୟୀ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅକ୍ଟୋବର ମାସ ଦରମା ସେପ୍ଟେମ୍ବର 26 ତାରିଖ ମଧ୍ୟରେ ଦେବାପାଇଁ ନିର୍ଦ୍ଦେଶ ଦେବା ସତ୍ତ୍ବେ ଅଦ୍ୟାବଧି ଦରମା ପ୍ରଦାନ କରାଯାଇନାହିଁ। ଜିଲ୍ଲା ଶିକ୍ଷା ଅଧିକାରୀ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଶିକ୍ଷକ ମହଲ ରେ ଆଲୋଚନା ହେଉଛି। ଯେହେତୁ ଦରମା ଦେବାପାଇଁ ସରକାରୀ ଅନୁଦାନ ମହଜୁଦ ରହିଛି ତଥାପି ଏପରି ବିଳମ୍ବ ଗ୍ରହଣୀୟ ନୁହେଁ ବୋଲି ବିଭିନ୍ନ ଶିକ୍ଷକ ସଂଗଠନ ଏହାକୁ ନିନ୍ଦା କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.