ଧର୍ମଗଡ଼ ରୁ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଇନ୍ଦୀମୁଣ୍ଡା ଛକଠାରେ ଅଜଣା ଗାଡି ଧକ୍କାରେ ଜଣେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତ୍ୱର ।ଉତ୍ୟକ୍ତ ଲୋକଙ୍କ ଦ୍ୱାରା ଗୋଲାମୁଣ୍ଡା ଓ ଧର୍ମଗଡ଼ ରାସ୍ତା ଅବରୋଧ କରାଯାଇଛି । ସୂଚନା ଅନୁଯାୟୀ ମୃତକ ଜଣ ହେଲେ ଖଲିଆକାନୀ ବାହାଦୂରପଡାର ପ୍ରଭୁଲାଲ ବୋଡ଼କିଆ (୨୨) ବୋଲି ଜଣା ପଡ଼ିଛି ।ଉତକ୍ତ ଲୋକେ ଶବ ରଖି ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଥିଲା । ଘଟଣାସ୍ଥଳରେ ଗୋଲାମୁଣ୍ଡ ପୋଲିସ ଓ ଧର୍ମଗଡ଼ SDPO ପହଂଚି ତଦନ୍ତ ଆରମ୍ଭ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଚଳାଇଛନ୍ତି ।