ଦେବାଶିଷଙ୍କ ଡାହାଣ ହାତ ଉପରେ ପାହାର

0

ଭୁବନେଶ୍ୱର : ଗତ ବିଧାନସଭା ନିର୍ବାଚନରେ ଦଳୀୟ ଟିକେଟରୁ ବଂଚିତ ହୋଇଥିବା ବରିଷ୍ଠ ବିଜେଡ଼ଉ ନେତା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ଡାହାଣ ହାତ ଉପରେ ପଡିଛି ଶକ୍ତ ପାହାର  | ତାଙ୍କ ଡାହାଣ ହାତ ଭାବେ ଜଣାଶୁଣା ତଥା ଭୋଟ ପରେ ନିର୍ବାଚନ ମଣ୍ଡଳୀ କଥା ଭୁଲିଯାଉଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ରାଜନୈତିକ ଚଳନ୍ତି ପ୍ରତିମା ଭାବେ ବିବେଚିତ  ଶେଖ ସଫିକୁଦ୍ଦିନ ଓରଫ ଟାଲିଙ୍କୁ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ଦଳବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ଦଳରୁ ନିଲମ୍ବିତ କରିଛନ୍ତି | ଟିକଟ ନପାଇବା ଯୋଗୁ କ୍ଷୁବ୍ଧ ଥିବା ଦେବାଶିଷଙ୍କ ଖାସ ଅନୁଗତ ଟାଲି ଗତ ନିର୍ବାଚନରେ କୁଆଡେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଥିଲା |ଭୋଟ ପରେ ଦେବାଶିଷ ବାବୁ ପ୍ରାୟତଃ ନିର୍ବାଚନମଣ୍ଡଳୀ ଆଡେ ଆସିବାକୁ ବେଳ ପାଉନଥିବା ବେଳେ ତାଙ୍କ ଅନୁପସ୍ଥିତିରେ ଟାଲି ବରୀରେ ଛାୟା ବିଧାୟକ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ | ଟାଲିଙ୍କୁ ନିଲମ୍ବନ କରିବା ଦେବାଶିଷଙ୍କ ପାଇଁ ଏକ ଶକ୍ତ ଜାବୁଡ଼ା ବୋଲି ରାଜନୈତିକ ମହଲରେ ଚର୍ଚା ହେଉଛି | 

Leave A Reply

Your email address will not be published.