କୋଲାବିରା: : ଭାରତୀୟ ଜାତୀୟ କଂଗ୍ରେସ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨ ତାରିଖରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲୁଥିବା “ଭୋଟ ବଞ୍ଚାଅ–ସମ୍ବିଧାନ ବଞ୍ଚାଅ–ଦେଶ ବଞ୍ଚାଅ” ଅଭିଯାନ ପରିପ୍ରେକ୍ଷୀରେ କୋଲାବିରାଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା ଆୟୋଜିତ ହୋଇଥିଲା।
ଏହି ପଦଯାତ୍ରାରେ କଂଗ୍ରେସ କର୍ମୀ ଓ ନେତାମାନେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଏମ୍ଏମ୍ଡିଆର୍ (MMDR) ଆଇନ ପ୍ରତ୍ୟାହାର, ଏସ୍ଆଇଆର୍ (SIR) ପ୍ରକ୍ରିୟାରେ ନିଜ କ୍ଷମତାର ଅପବ୍ୟବହାର କରି ସରକାରଙ୍କ ଇଙ୍ଗିତରେ ଭୋଟ ଚୋରି ହେଉଥିବା ଅଭିଯୋଗ କରି ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଥିଲା।
ସେହିପରି ଓଡ଼ିଶାର ଗଣଶିକ୍ଷା ବିଭାଗର ପାଠ୍ୟପୁସ୍ତକରେ ହଜାର ହଜାର ତ୍ରୁଟି ଥିବା ଅଭିଯୋଗ କରି ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ଓ ଭବିଷ୍ୟତ ପ୍ରଭାବିତ ହେଉଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଏଥିପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟ ଉଠାଯାଇଥିଲା।
ପଦଯାତ୍ରାରେ କଂଗ୍ରେସ ନେତା ଓ କର୍ମୀମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଗଣତନ୍ତ୍ର, ସମ୍ବିଧାନ ଓ ମତଦାନ ଅଧିକାରର ସୁରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରିଥିଲେ। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଭୋଟ ଅଧିକାରର ସୁରକ୍ଷା ପାଇଁ ଦଳ ଆଗାମୀ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରଖିବ ବୋଲି ନେତାମାନେ କହିଥିଲେ।
ଏହି କାର୍ଯ୍ୟକ୍ରମ ରେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକ,ପିସିସି ସାଧାରଣ ସମ୍ପାଦକ ତଥା ଝାରସୁଗୁଡା ପ୍ରଭାରୀ ସୁଧୀର ପଣ୍ଡା, ପିସିସି ସମ୍ପାଦକ ସଞ୍ଜୟ ମହାପାତ୍ର,ନଗର ସଭାପତି ଦେବାନନ୍ଦ ବାରିକ, ୱାରିଶ ଚାଚା, ରିୟାଜ଼ ହୁସେନ, କୋଲାବିରା ବ୍ଲକ ସଭାପତି ତନୟା କୁସୁମ ଙ୍କ ସହିତ ଶତାଧିକ କର୍ମୀ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.