ଗାନ୍ଧୀ ଜୟନ୍ତୀ ଅବସରରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ‘ମାଇଣ୍ଡ ସ୍ପାର୍କ ୨୦୨୬’ ଆୟୋଜିତ

35

କେନ୍ଦୁଝର,ତା୩/୧୦- ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦୁଝର ସହରରେ ସରକାରୀ ଓ ବେସରକାରୀ ସଂସ୍ଥା ମାନେ ଅନେକ କାର୍ଯ୍ୟକ୍ରମ କରି ପ୍ରିୟ ବାପୁଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବିଭିନ୍ନ ବିଦ୍ୟାଳୟରେ ଏପରି କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା ତେବେ କେନ୍ଦୁଝର ସଦର ବ୍ଲକ ନଇଗାଁ ଠାରେ ଥିବା ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପରିସରରେ ‘ମାଇଣ୍ଡ ସ୍ପାର୍କ 2026′ ନାମକ ଏକ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ହଜାରେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ନିଜ ସ୍କୁଲ ପିଲାଙ୍କ ସହ ଜିଲ୍ଲାର ଅନେକ ସ୍କୁଲ ସହ ପଡୋଶୀ ଝାଡଖଣ୍ଡ ରାଜ୍ୟରୁ ଅନେକ ଛାତ୍ରଛାତ୍ରୀ ଆସି ଏଥିରେ ଯୋଗ ଦେଇଥିଲେ। ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପକ୍ଷରୁ ତେଣୁ ଭବ୍ୟ ଆୟୋଜନ ହୋଇଥିଲା। ସ୍କୁଲ ଟ୍ରଷ୍ଟି, ସଭାପତିଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଓ ଛାତ୍ରଛାତ୍ରୀ ସ୍ବେଚ୍ଛାସେବୀ ମାନେ କଠିନ ପରିଶ୍ରମ କରି ଏହାକୁ ଆୟୋଜନ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ କୁଇଜ ଓ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ବରଷ୍ଠ ଅଧ୍ୟାପକ ଓ ବିଚାରକ ମାନେ କାର୍ଯ୍ୟକ୍ରମ ଗୁଡିକୁ ପରିଚାଳନା କରି ପରଖି ଥିଲେ। ମଞ୍ଚରେ ସମସ୍ତ ବିଜୟୀ ପ୍ରତିଯୋଗୀଙ୍କୁ ସ୍କୁଲ ସଭାପତି ଇଂ ଦେବବ୍ରତ ବେହେରା ପୁରସ୍କାର ଦେଇ ସମ୍ମାନୀତ କରିଥିଲେ। ଏହି କାର୍ଯ୍ୟକ୍ରମ ଖୁବ ସୁନ୍ଦର ଭାବେ ଆୟୋଜିତ ହୋଇଥିଲା ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରସ୍ପର ଭିତରେ ଭାବ ବିନିମୟ କରିଥିଲେ। ମଞ୍ଚରେ ଗାନ୍ଧୀଙ୍କ ଉପରେ ଛୋଟ ଛୋଟ ସ୍କୁଲ ପିଲାମାନେ ଏକ ସୁନ୍ଦର ନାଟକ ପରିବେଷଣ କରିଥିଲେ ପୁଣି ବିଭିନ୍ନ ନୃତ୍ୟ ସଂଗୀତ ପରିବେଷଣ ସମସ୍ତଙ୍କୁ ବେଶ ଆମୋଦ ପ୍ରଦାନ କରିଥିଲା। ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଏପରି କାର୍ଯ୍ୟକ୍ରମ ଓ ଆତିଥ୍ୟେୟତା ପ୍ରଦାନକୁ ସମସ୍ତେ ପ୍ରଶଂସା କରିଥିଲେ।

Leave A Reply

Your email address will not be published.