ସୌଭାଗ୍ୟ ପାଇଁ ଲାଞ୍ଚ

0

ଧର୍ମଗଡ଼/ ସୁଶାନ୍ତ ରାଉତ: କେନ୍ଦ୍ର ସରକାର ବିପିଏଲ ହିତାଧିକାରୀ ପରିବାରଙ୍କୁ ମାଗଣାରେ ବିଦ୍ୟୁତ୍ ସଂଯୋଗ କରାଇବା ନିମନ୍ତେ ଆରମ୍ଭ କରିଛନ୍ତି ସୌଭାଗ୍ୟ ଯୋଜନା । ଏହି ଯୋଜନା ମାଧ୍ୟମରେ ସମସ୍ତ ଗରୀବ ଶ୍ରେଣୀର ଲୋକେ ବିନା ଦେୟରେ ବିଦ୍ୟୁତ୍ ସଂଯୋଗ କରିବାର ନିୟମ ରହିଥିବା ବେଳେ ବିଦ୍ୟୁତ କନେକ୍ସନ୍ କରୁଥିବା ଠିକାସଂସ୍ଥାର କର୍ମଚାରୀ ମାନେ ବିଦ୍ୟୁତ୍ କନେକ୍ସନ ଦେଲେ ଲୋକଙ୍କ ପାଖରୁ ୩ ଶହ ରୁ ୫ ପାଞ୍ଚ ଶହ ଟଙ୍କା ମାଗୁଥିବା ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ଆଣିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟର ପଞ୍ଚାୟତ ଅନ୍ତର୍ଗତ କୁସୁମଖୁଣ୍ଟି ଗ୍ରାମର ପଙ୍କଜ ରାଉତ, ନବ ବାଗ, ଲଳିତ ଗହୀର, ବେଣୁଧର କାଣ୍ଡ, ଲଷ୍ମୀନାରାୟଣ ବେହେରା, ରଘୁନାଥ ରାଉତ, ଲିଙ୍ଗରାଜ ବେହେରା, ମହେନ୍ଦ୍ର ବେହେରା, ବନ ଶବର, ରଘୁନାଥ ବେହେରା, କୃଷ୍ଣ ସୁନାନୀ, ମହେଶ୍ୱର ସୁନାନୀ ଓ କାପୁରଚାନ୍ଦ ଘି ।

ଏଠାରେ ସୂଚନାଯୋଗ୍ୟ କୁସୁମଖୁଣ୍ଟି ଗ୍ରାମର ସୌଭାଗ୍ୟ ଯୋଜନାରେ ଅର୍ନ୍ତଭୁକ୍ତ ଥିବା ହିତାଧିକାରୀ ମାନଙ୍କୁ ଇଲେକ୍ଟ୍ରିମିଟର, ବୋର୍ଡ, ୱ୍ବେର ବିତରଣ କରି ହିତାଧିକାରୀଙ୍କ ଠାରୁ ୩୦୦ ରୁ ୫୦୦ ଲେଖାଁଏ ଟଙ୍କା ମାଗି ପୁରୁଣା ୧୦ କେଭି ଟ୍ରାନ୍ସଫର୍ମରରେ ନୂତନ କନେକ୍ସନ ଦେଉଛନ୍ତି ଯାହା କ୍ଷମତାରୁ ଉର୍ଦ୍ଧରେ ଥିବା ପୁରୁଣା ଉପଭୋକ୍ତା ମାନେ ପ୍ରକାଶ କରିଛନ୍ତି।ପୁରୁଣା ଉପଭୋକ୍ତା ମାନେ ମନାକରିବାରୁ ରାତିରେ ଆସି କନେକସନ ଦେଇଥିଲେ । ଲୋକେ ପ୍ରତିବାଦ କରିବାରୁ ଆମକୁ ଉପରୁ ଭବାନୀପାଟଣା ଏନଟିପିସି କାର୍ଯ୍ୟାଲୟରୁ ସେମିତି ସୁଚନା ଦେଇଛନ୍ତି ଓ ଯେଉଁ ହିତାଧିକାରୀଙ୍କୁ କନେକ୍ସନ ଦେଉଛୁ କାମ କରୁଛୁ ପଇସା ନେବୁ ନାହିଁକି ବୋଲି କହିଥିଲେ।

ଏହି ବିଷୟରେ ଜନସାଧାରଣ ଗଣମାଧ୍ୟମକୁ ଜଣେଇବା ପରେ ଏସଡିଓ କୁସୁମଖୁଣ୍ଟି ଡିଭିଜନଙ୍କୁ ଆମ ପ୍ରତିନିଧି ପ୍ରତିକ୍ରିୟା ନେବାବେଲେ ଯେଉଁ ମାନେ ଏପରି କାମ କରୁଛନ୍ତି ତାଙ୍କ ନାମରେ କେସ ଦିଆଯାଇ ପାରିବ । ଆମ କାର୍ଯ୍ୟଲୟ ତରଫରୁ ସୋଭାଗ୍ୟ ଯୋଜନା ପାଇଁ ନୂତନ କନେକ୍ସନ ଦେବାର କାର୍ଯ୍ୟାଦେଶ ଦିଆଯାଇ ନାହିଁ ବୋଲି ପ୍ରକାଶ କରିଥିଲେ ।

ଏହି ସୁଚନା ଯୋଗ୍ୟଯେ ସୋଭାଗ୍ୟ ଯୋଜନାର କଥା ଉପରିସ୍ଥ କର୍ମଚାରୀଙ୍କ କାନକୁ ଯିବା ପରେ ଏଠାରେ ନିୟୋଜିତ ଠିକାଦର ତୁମେ ସାମ୍ବାଦିକ ମାନେ ଅପ୍ରଚାର କରୁଛ ବୋଲି କହିଥିଲେ । ଏହାର ବିଶେଷ ପ୍ରତିକ୍ରିୟା ନେବା ପାଇଁ ପ୍ରତିନିଧି ମାନେ ଇଲେକ୍ଟ୍ରି ଏସଡିଓ କୁସୁମଖୁଣ୍ଟି କାର୍ଯ୍ୟାଳୟ ରେ ପହଂଚିବା ପରେ କେମେରା ସାମ୍ନାରେ ଆମେ କୌଣସି ପ୍ରତିକ୍ରିୟା ଦେବାପାଇଁ ଉପରିସ୍ଥ କର୍ମଚାରୀ ମନା କରି ଛନ୍ତି ବୋଲି କହି ଏନଟିପିସି କାର୍ଯ୍ୟାଳୟ ସହିତ କଥା ହେଇ ନୂତନ ଟ୍ରାନ୍ସଫର୍ମର ଯୋଗେଇ ବା ପାଇଁ ଅନୁମୋଦନ କରିବୁ ବୋଲି କହିଥିଲେ ଏସଡିଓ ।

 

Leave A Reply

Your email address will not be published.