ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ( ଡି ଏଲ୍ ଏସ୍ ଏ ), ଗଜପତି ପକ୍ଷରୁ କାଶୀନଗରସ୍ଥିତ ତ୍ରିନାଥ କଲ୍ୟାଣ ମଣ୍ଡପଠାରେ, ଶ୍ରୀ ଜଗନ୍ନାଥ ହାୟର ସେକେଣ୍ଡାରୀ ସ୍କୁଲ , କାଶୀନଗରର ସହଯୋଗରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଗଜପତି ଜିଲ୍ଲା ଓ ଦୌରା ଜଜ୍-ତଥା-ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଏବଂ ଡି ଏଲ୍ ଏସ୍ ଏ , ଗଜପତିର ସଚିବ ଶ୍ରୀ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ NALSA (Legal Services to Victims of Acid Attacks) Scheme, 2016, ଦଣ୍ଡ ଆଇନର ପ୍ରାସଙ୍ଗିକ ବ୍ୟବସ୍ଥା , Victim Compensation Scheme , ୨୦୧୭ ଆଦି ବିଷୟ ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୁରକ୍ଷା ଏବଂ ସାଇବର ଆଇନ ସମ୍ପର୍କରେ ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା।
ଏହି ଅବସରରେ ନିମ୍ନଲିଖିତ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଉପସ୍ଥିତ ରହି ଉକ୍ତ ବିଷୟଗୁଡ଼ିକ ଉପରେ ଉପସ୍ଥିତ ଜନସମାଗମକୁ ସଚେତନ କରିଥିଲେ—ଶ୍ରୀ ବିମଳ ରାଉଳ, ସଚିବ, ଡି ଏଲ୍ ଏସ୍ ଏ , ଗଜପତି , ଶ୍ରୀ ଦୀପ୍ତି ରଞ୍ଜନ ପଟ୍ଟନାୟକ, ଅଧ୍ୟକ୍ଷ , ଶ୍ରୀ ଭେଙ୍କଟେଶ୍ୱର ଡିଗ୍ରୀ କଲେଜ, କାଶୀନଗର , ଶ୍ରୀ କର୍ଣ୍ଣମ ବିଜୟ କୁମାର , ଅଧ୍ୟକ୍ଷ, ଶ୍ରୀ ଜଗନ୍ନାଥ ରେସିଡେନ୍ସିଆଲ ହାୟର ସେକେଣ୍ଡାରୀ ସ୍କୁଲ, କାଶୀନଗର , ଶ୍ରୀ ତ୍ରିନାଥ ସେଠୀ , ଇନ୍ସପେକ୍ଟର-ଇନ୍-ଚାର୍ଜ , କାଶୀନଗର ଥାନା ,
ଶ୍ରୀ ଡୋକ୍କା ଈଶ୍ୱର ରାଓ , ସାଇବର ସିକ୍ୟୁରିଟି ଆନାଲିଷ୍ଟ, କ୍ରାଇମ୍ କଣ୍ଟ୍ରୋଲ୍ କାଉନସିଲ୍।
ବକ୍ତାମାନେ ଆମ୍ଲ ଆକ୍ରମଣର ଶିକାର ବ୍ୟକ୍ତିମାନଙ୍କ ପାଇଁ ଉପଲବ୍ଧ ଆଇନଗତ ସହାୟତା , କ୍ଷତିପୂରଣ ବ୍ୟବସ୍ଥା , ଦଣ୍ଡ ଆଇନର ପ୍ରାସଙ୍ଗିକ ବ୍ୟବସ୍ଥା , ସୋସିଆଲ ମିଡିଆ ବ୍ୟବହାର ସମୟରେ ଅବଲମ୍ବନ କରିବାକୁ ଥିବା ସୁରକ୍ଷାମୂଳକ ପଦକ୍ଷେପ ଏବଂ ସାଇବର ଅପରାଧରୁ ନିଜକୁ ସୁରକ୍ଷିତ ରଖିବାର ଉପାୟ ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରିଥିଲେ।
Sign in
Sign in
Recover your password.
A password will be e-mailed to you.