ବଡ଼ବିଲରେ ମଧୁବାବୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ

0

ବଡ଼ବିଲ/ଚିତ୍ତ ରଞ୍ଜନ କର : ବଡ଼ବିଲ ବାର ଆସୋସିଏଶନ ତରଫରୁ  ରବିବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 171ତମ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ମଧୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ  ପରେ ମଧୁ ବାବୁଙ୍କ ଜୀବନୀ ଏବଂ କୃତିତ୍ୱ ଓ ଆଇନ୍ ଦିବସର ତାପ୍ତର୍ଯ୍ୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନା ଚକ୍ରରେ ଆସୋସିଏସନ୍‌ର ସଭାପତି ବଳରାମ ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଆଇନଜୀବୀ 

ଦେବପ୍ରିୟ ରଣା, ଅବଦୁଲ ଲତିଫ, ତରୁଣ କୁମାର ସେନ, ସୁଜିତ କର, ବସନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ମଧୁ ବାବୁ ଏକାଧାରରେ ଜଣେ ଆଇନଜୀବୀ, ରାଜନୀତିଜ୍ଞ, ସାମ୍ବାଦିକ, ସମାଜସେବୀ ଥିଲେ ଓ ସେ ଓଡ଼ିଆ ଜାତିର ଗର୍ବ ଓ ଗୌରବ ଏବଂ ତାଙ୍କ ପାଇଁ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷାର ମାନ୍ୟତା ପାଇବା ସଙ୍ଗେ ସଙ୍ଗେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଭାରତ ମାନଚିତ୍ରରେ ସ୍ଥାନ ପାଇଥିଲା । ସେ ନଥିଲେ ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସମ୍ଭବ ହୋଇ ପାରିନଥାନ୍ତା ବୋଲି ମତବ୍ୟକ୍ତ କରିଥିଲେ। 

ସେହିପରି ବଡ଼ବିଲର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରି କାର୍ଯ୍ୟାଳୟରେ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ବୈଠକରେ ନିଳାଦ୍ରୀର ସଦସ୍ୟ ରାଜକିଶୋର ଦାଶ, ଶିଶିର ମହାନ୍ତି, ବିଶ୍ୱନାଥ ରଣା, ବିଜୟ ମହାନ୍ତ, ବଳରାମ ମହାନ୍ତି, ତରଣୀସେନ ମହାପାତ୍ର, କପିଳ ମହାନ୍ତି, କବି ରଥ, ମନୋଜ ପତି ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ସ୍ମୃତିଚାରଣ କରିଥିଲେ।

Leave A Reply

Your email address will not be published.