ବାଲମୁକୁନ୍ଦ କେନ୍ଦ୍ର ଠାରେ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ  ବୈଶାଖୀ ମଉଜ  ୦୧ ଠାରୁ ୫ ତାରିଖ ପର୍ଯ୍ୟନ୍ତ

0

 ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାଜୁଗୁରୁ ସାହି ସ୍ଥିତ ଶ୍ରୀ ରସିକରାଜ ମନ୍ଦିର ପରିସରରେ ବାଲମୁକୁନ୍ଦ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ମୁକୁନ୍ଦାନନ୍ଦଜୀଙ୍କ ଆଦେଶ କ୍ରମେ ଶ୍ରୀମଦଭଗବତଗୀତାର ଆବଶ୍ୟକତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୁପେ ଚିନ୍ମୟ ମିଶନ ପାରଳାଖେମୁଣ୍ଡିର ଆଚାର୍ଯ୍ୟ ତଥା ସନ୍ୟାସୀ ସ୍ୱାମୀ ନିଗମା ନନ୍ଦ ଜୀ ମହାରଜାଙ୍କ ତାଙ୍କ ଅନୁଷ୍ଠାନର ବାଲବିହାର କାର୍ଯ୍ୟକ୍ରମ ଯାହାକି ପରିଛା ମଠରେ ହିଁ ଶୁଭାରମ୍ଭ କରି ପ୍ରାୟ ୨୦ ବର୍ଷ ହେବ ଗୀତାର ପ୍ରଚାର ଓ ପ୍ରସାର ଏବଂ ଗୀତା ଶ୍ଲୋକ ଆବୃତ୍ତି ପ୍ରତିଯୋଗିତା କରି ଛାତ୍ରଛାତ୍ରୀମାନେ ଆନ୍ତର୍ଜାତିକ ସ୍ତର ପର୍ଯ୍ୟନ୍ତ ଯାଇପାରିଛନ୍ତି । ଏଠାରେ ତାଙ୍କ ଠାରୁ ପିଲାମାନେ ଖେଳ ମାଧ୍ୟମରେ ଯୋଗାସନ ସହ ଗୀତା ଶ୍ଲୋକର ଆବୃତ୍ତି କରିବା ଶୈଳୀକୁ ବୁଝାଇଥିଲେ ଏବଂ ପିଲାମାନଙ୍କର ଆବୃତ୍ତି କରିବା ପରେ ତ୍ରୁଟି ଗୁଡିକ ମାର୍ଜିତ କରିଥିଲେ ।

ପରବର୍ତ୍ତି କାର୍ଯ୍ୟକ୍ରମରେ ବାଲମୁକୁନ୍ଦ କେନ୍ଦ୍ରର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇ ଚିରସ୍ମରଣୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏବଂ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡିଶା ଗଠନରେ ପ୍ରମୁଖ ଅଂଶ ଗ୍ରହଣ କରିଥିବା ମହାପୁରୁଷଙ୍କ ବିଷୟରେ କହିଥିଲେ ଏବଂ ପିଲାମାନଙ୍କର ମାନସିକ, ଶାରିରୀକ ଓ ବୈଧିକ ବିକାଶ ନିମନ୍ତେ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ବୈଶାଖୀ ମଉଜ ୦୧.୦୫.୧୯ ଠାରୁ ୦୫.୦୫.୧୯ ପର୍ଯ୍ୟନ୍ତ ଏହି ପାଞ୍ଚ ଦିନ ବାଲମୁକୁନ୍ଦ କେନ୍ଦ୍ରରେ ଅନୁଷ୍ଠିତ ହେବ ବୋଲି ସମସ୍ତଙ୍କର ମତ ନେଇ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ମହାପାତ୍ର,ମନୋରମା ମହାନ୍ତି, ଜନାର୍ଦ୍ଦନ ରାଓ, ଗୁରୁ ଶବର ଏବଂ ବାସନ୍ତି ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ ।

 

Leave A Reply

Your email address will not be published.