ଡ଼ଃ. ଆମ୍ବେଦକରଙ୍କର ଜନ୍ମ ଦିବସ ମହା ସମାରୋହରେ ପାଳିତ

0

ଧର୍ମଗଡ଼/ ସୁଶାନ୍ତ ରାଉତ 

କଳାହାଣ୍ଡି ଜ଼ିଲ୍ଲା ଗୋଲାମୁଣ୍ଡା ବ୍ଳକ ବେହେରାଗୁଡା ଠାରେ ଶନିବାର ସାମ୍ବିଧାନିକ ଭାରତର ରାଷ୍ଟ୍ରପିତା, ପ୍ରଥମ ଆଇନ ମନ୍ତ୍ରୀ, ମହାନ ଶିକ୍ଷାବିତ୍ତ, ବହୁଜନ ସମାଜର ତ୍ରାଣକର୍ତ୍ତା ଭାରତରତ୍ନ, ବିଶ୍ଵରତ୍ନ , ବୋଧିସତ୍ତ୍ୱ, ଓବିସି ସମାଜ ର ପ୍ରତିଷ୍ଠାତା ଡ଼ଃ. ବାବାସାହେବ ଆମ୍ବେଦକରଙ୍କର ଜନ୍ମ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ବାବାସାହେବ ଆମ୍ବେଦକରଙ୍କର ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ଭଗବାନ ବୁଦ୍ଧଙ୍କ ତ୍ରି ଶରନଂ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଶିକ୍ଷାବିତ୍ ଅଭିମନ୍ୟୁ ନାଏକ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସତ୍ୟବାନ ନାଏକ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଯୁଗେଶ୍ବର ସାଗର ଯୋଗଦେଇ ନିଜ ବକ୍ତାରେ ବାବାସାହେବ ଆମ୍ବେଦକର ବହୁଜନ ସମାଜ ପାଇଁ ତଥା sc st obc ସମାଜ ପାଇଁ ତାଙ୍କର କଣ ଅବଦାନ ଥିଲା ସେ ବିଷୟରେ  ନିଜ ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥି ଭାବେ ସାମନ୍ତ ଦୁର୍ଗା, ରାମ ସେନାପତି, ମୁନିଆ ସିପିକା, ଚକ୍ର ପ୍ରଧାନ, ବଂକିମ ସାଗର ଯୋଗଦେଇ ଥିଲେ । ଏହି ସମାରୋହ ରେ ଢଗ ନାଏକ, ଧନଞ୍ଜୟ ଦୀପ, ପିଣ୍ଟୁ ସେଠି, ଲଷ୍ମୀଧର ସାଗର, ଅଶେଶ୍ୱର ଦୁର୍ଗା ସମେତ ବହୁ ସଂଖ୍ୟା ରେ ଲୋକେ ଯୋଗଦାନ କରିଥିଲେ।  କାର୍ଯ୍ୟକ୍ରମରେ ଟଙ୍କଧର ତାଣ୍ଡି ସୁଚାରୁରୂପେ ମଞ୍ଚ ପରିଚାଳନା  କରିଥିବା ବେଳେ ଶେଷରେ ବିନୋଦ ପାଣିଗ୍ରାହୀ  ଧନ୍ୟବାଦ ଅର୍ପଣ କରିଥିଲେ। ହିତେଶ ମଙ୍ଗରାଜ, କ୍ଷୀରସିନ୍ଧୁ ମେହେର ସମେତ  ବହୁ  ଗ୍ରାମବାସୀ  ସହଯୋଗ କରିଥିଲେ।

Leave A Reply

Your email address will not be published.