ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

11

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହେନ୍ଦ୍ରଗିରି(ପୌର)ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୁଖ୍ଯ ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉତ୍ସର୍ଗୀତା ବଡରଇତ ତଥା ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ୍. ଗିରିଧର , ଜିଲ୍ଲା ବିଜ୍ଞାନ ନିରିକ୍ଷକ ଓ୍ୱାଇ. କ୍ରିଷ୍ଣାରାଓ , ସିଆରସିସି ସଂଗୀତା କୁମାରୀ ପାତ୍ର ତଥା ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ବିଦ୍ୟାଳୟର ପୁରାତନ ଛାତ୍ର ଭାଗବତ ପାଢୀ ଯୋଗଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାଛଡା ବରିଷ୍ଠ ନାଗରିକ ମାନଙ୍କ ସକାଶେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା , ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ବିଚିତ୍ରାନନ୍ଦ ବେବର୍ତ୍ତା , ପୂର୍ବତନ ବ୍ୟାଙ୍କ ଅଧିକାରୀ ହରିମୋହନ ପଟ୍ଟନାୟକ ଯୋଗଦାନ କରିଥିଲେ।ଅତିଥିମାନେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ଯତ୍ନ ଉପରେ ହୁଝାଇଥିଲେ। ଆଗାମୀ ଅକ୍ଟୋବର ୧ ତାରିଖ ବରିଷ୍ଠ ନାଗରିକ ଦିବସରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କ୍ରୁତ କରାଯିବ। ବାଳକୄଷ୍ଣ ମାଝୀ, ସାତ୍ମିକ ପଟ୍ଟନାୟକ , ସୌମ୍ୟ ନାୟକ ଏବଂ ରମାକାନ୍ତ ପଟ୍ଟନାୟକ ବିଚାରକ ଭାବେ ରହିଥିବା ବେଳେ ବିଦ୍ୟାଳୟର ଶିକ୍ଷୟତ୍ରୀ ମଧୁସ୍ମିତା ସାହୁ ପରିଚାଳନା କରିଥିଲେ।

Leave A Reply

Your email address will not be published.