ଆପ ପକ୍ଷରୁ  କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ଜନ୍ମ ବାର୍ଷିକ 

0

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ନବ ଉତ୍କଳ ନିର୍ମାତା ତଥା ଓଡିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଆପ୍ ଗଜପତି ତରଫରୁ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରାଯାଇ ଓଡିଆ ଭାଷା,ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନରେ ତାଙ୍କ ଭୂମିକା ଓ ଓଡିଶା ତଥା ଗଜପତି ଜିଲ୍ଲାରେ ଶିକ୍ଷା,କୃଷିର ଉନ୍ନତି କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା ।

ପାରଳାଖେମୁଣ୍ଡିସ୍ଥିତ ଗାନ୍ଧି ଛକ ଓ ବଜାର ଛକରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ମାଲ୍ୟାର୍ପଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ କିଶୋର ଚନ୍ଦ୍ର ଗୁରୁ,ଦେବେନ୍ଦ୍ରନାଥ ଜମାଦାର,ତ୍ରିନାଥ ପଟନାୟକ,ପ୍ରେମାନନ୍ଦ ପଟନାୟକ,ତ୍ରିନାଥ ଅଧିକରୀ,ଲିଗଂରାଜ ପାଣିଗ୍ରାହି ପ୍ରମୂଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.