ଏନ୍.ସି. କଲେଜରୁ ବୁଥକୁ ଗଲେ ପୁଲିଂ ପାର୍ଟି

0 1

ଯାଜପୁର (ଜୟଶଙ୍କର ଦାଶ) : ଶନିବାର ପୂର୍ବାହ୍ନ ଆଠ ଘଟିକାଠାରୁ ଏନ୍.ସି. କଲେଜ ପରିସରରୁ ବିଭିନ୍ନ ବୁଥକୁ ପୁଲିଂ ପାର୍ଟିମାନଙ୍କୁ ପ୍ରେରଣ କରାଯାଇଛି । ପୂର୍ବାହ୍ନ ସାତ ଘଟିକାଠାରୁ ପୁଲିଂପାର୍ଟିମାନେ ଜଏନ କରିବା ପରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବୁଥକୁ ଯାତ୍ରା କରିଥିଲେ । ପୂର୍ବରୁ ପୁଲିଂ ଟିମ୍ ଗଠନ  କରାଯାଇଥିବା ବେଳେ ଶୁକ୍ରବାର ରାତ୍ରରେ ପର୍ୟ୍ୟବେକ୍ଷକମାନଙ୍କ ଉପସ୍ଥିତିରେ ରେଣ୍ଡାମାଇଜେସନ ମାଧ୍ୟମରେ ସେମାନଙ୍କୁ ବୁଥ ଆଲର୍ଟ କରାଯାଇଥିଲା । ପୁଲିଂ ଅଫିସରମାନେ ସେମାନଙ୍କ ମେଟେରିଆଲସ, ଇଭିଏମ୍, ଭିଭିପାର୍ଟ, କ୍ୟାସ ସଂଗ୍ରହ ପରେ ସୁରକ୍ଷା କର୍ମୀଙ୍କୁ ଧରି ସେମାନଙ୍କ ପାଇଁ ଉଦ୍ଧିଷ୍ଟ ବୁଥମାନଙ୍କୁ ଗସ୍ତ କରିଥିଲେ । ଡିସବରସାଲ ସେଣ୍ଟରରେ ପୁଲିଂ ଅଫିସରମାନଙ୍କ ପାଇଁ ପାନୀୟ ଜଳ, ଦହିପଣା, ବ୍ୟବସ୍ଥା କରାଯାଇଥିଲା । ଏନ୍.ସି. କଲେଜ ସ୍ଥିତ କଣ୍ଟୋଲ ରୁମ ଠାରେ ଉପସ୍ଥିତ ରହି ଜିଲ୍ଲାପାଳ ରଂଜନ କୁମାର ଦାସ, ଏସ୍.ପି. ଚରଣ ସିଂ ମିନା, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଧେଶକ ମନୋଜ କୁମାର ବେହେରା, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ପୁଲିଂପାର୍ଟି ମାନଙ୍କୁ ବୁଥକୁ ପ୍ରେରଣ କରିବା ବ୍ୟବସ୍ଥା କରିଥିଲେ । ପୋଲିସ କଣ୍ଟୋଲ ରୁମ, ସାସ୍ଥ୍ୟ କଣ୍ଟୋଲ ରୁମ ଓ ବିବିଧ ସୁବିଧା ଯୋଗାଇ ଦେବା ପାଇଁ କଣ୍ଟୋଲ ରୁମ ସହ ସୂଚନା କେନ୍ଦ୍ର ମାଧ୍ୟମରେ ବିବିଧ ସୂଚନା ପ୍ରଦାନ କରାଯାଇଥିଲା । ପ୍ରଶାସନ ପକ୍ଷରୁ ପୁଲିଂ ଅଫିସରମାନଙ୍କ ପାଇଁ ଏନ୍.ସି. କଲେଜ ଠାରେ ଅସ୍ଥାୟୀ ଭାବେ ହୋଟେଲ, ଜଳଖିଆ ଦୋକାନ ଇତ୍ୟାଦି ଖୋଲାଯାଇଥିଲା ।

Leave A Reply

Your email address will not be published.