ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ଆଲୁମିନା ରିଫାଇନାରୀ, କଂସାରୀଗୁଡ଼ାର ସିଏସ୍ଆର୍ ମୁଖ୍ୟ ତନ୍ମୟ ମହାନ୍ତିଙ୍କୁ କାଶୀପୁର ବ୍ଲକ ସାମ୍ବାଦିକ ଙ୍କ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଯାଇଛି। ସ୍ଥାନୀୟ ଅଞ୍ଚଳର ବିକାଶ ଓ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ତାଙ୍କର ନିରନ୍ତର ପ୍ରୟାସକୁ ସାମ୍ବାଦିକଙ୍କ ପକ୍ଷରୁ ପ୍ରଶଂସା କରାଯାଇଥିଲା।
ତନ୍ମୟ ମହାନ୍ତି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ପ୍ରତି ଗୁରୁତ୍ୱ ଦେବା ସହିତ ଗ୍ରାମାଞ୍ଚଳର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଓ ଅନ୍ୟାନ୍ୟ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ପ୍ରତି ସକାରାତ୍ମକ ପ୍ରୟାସ ଜାରି ରଖିଥିବା ସାମ୍ବାଦିକ ଙ୍କ ପକ୍ଷରୁ କୁହାଯାଇଥିଲା। ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଅଞ୍ଚଳର ସାମଗ୍ରିକ ଉନ୍ନତି ପାଇଁ ତାଙ୍କର ଉଦ୍ୟମ ସ୍ମରଣୀୟ ରହିବ ବୋଲି ସାମ୍ବାଦିକମାନେ ମତ ପ୍ରକାଶ କରିଥିଲେ।
ଏହି ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖର ପାତ୍ର, ବୈକୁଣ୍ଠ ଦୁରିଆ, ହୃଷିକେଶ ସାହୁ, ଅରବିନ୍ଦ ସାହୁ ଓ ଆକାଶ ନାଏକ ଉପସ୍ଥିତ ରହି ତନ୍ମୟ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଭବିଷ୍ୟତ ଜୀବନ ଓ କାର୍ଯ୍ୟକ୍ଷେତ୍ର ପାଇଁ ଶୁଭକାମନା ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post