ଗଞ୍ଜାମ ଜିଲ୍ଲା ଧରାକୋଟ ଥାନ ଅନ୍ତର୍ଗତ ଘାଷିବିଲି ନିକଟସ୍ଥ ଏକ ନିର୍ଜନ ସ୍ଥାନରେ କାଳିଆ ନାହାକ ନାମକ ଜଣେ ଯୁବକ କୁ ମାରଣାନ୍ତକ ଆକ୍ରମଣ ହୋଇଛି। ସେ ମରିଯାଇଥିବା ଭାବି ଆକ୍ରମଣକାରୀ ଯୁବକ ମାନେ ତାଙ୍କୁ ଛାଡି ଦେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ଗୁରୁତର ଯୁବକ ଜଣକ ହରିଡାପଦର ମଣ୍ଡଳ ବିଜେପି ସଭାପତି ଭାବେ ପରିଚିତ। ସେ ଆସ୍କା ରୁ ନିଜ ଗାଁ ଗୌଡଗୋଠ ଅଭିମୁଖେ ମୋଟରସାଇକେଲ ଯୋଗେ ଗଲା ବେଳେ ପୁର୍ବ ପ୍ରସ୍ତୁତି ଭାବେ ଛକି ରହିଥିବା କିଛି ଯୁବକ କାଳିଆ କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସେ ରାସ୍ତା କଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିଲା ବେଳେ କିଛି ଲୋକ ତାକୁ ଦେଖି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆସ୍କା ଉପଖଣ୍ଡ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ପୁର୍ବ ଶତୃତା କୁ ନେଇ ଏହି ଭଳି ଆକ୍ରମଣ ହୋଇଛି ବୋଲି ଅଞ୍ଚଳବାସୀଙ୍କ ଠାରୁ ପ୍ରକାଶ। ଖବର ପାଇ ଧରାକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.