ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର କଳିଙ୍ଗ ସାମ୍ବାଦିକ ସଂଘ ର ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ସହିଦ୍ ଭଗତ ସିଂ ଙ୍କ ୧୧୯ ତମ ପବିତ୍ର ଜନ୍ମ ଜୟନ୍ତୀ ପାଳନ ହୋଇ ଯାଇଛି । ଏହି ଅବସରରେ ସ୍ଥାନୀୟ କଳିଙ୍ଗ ସାମ୍ବାଦିକ ସଂଘ ର ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ଏକ ସ୍ମୃତି ସଭା କଳିଙ୍ଗ ସାମ୍ବାଦିକ ସଂଘ ଓ ସୋସିଆଲ୍ ଟାସ୍କ ଫୋର୍ସ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ସୋସିଆଲ ଟାସ୍କ ଫୋର୍ସ ର ପ୍ରତିଷ୍ଠାତା ତଥା କଳିଙ୍ଗ ସାମ୍ବାଦିକ ସଂଘ ର ଆବାହକ ଶ୍ରୀ ଶକ୍ତି ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜ ସେବୀ ଉମା ଦାଶ ଯୋଗଦେଇ ଭଗତ ସିଂ ଯୁବ ବୟସ ରୁ ରାଷ୍ଟ୍ର ଭକ୍ତି ରେ ପ୍ରେରିତ ହୋଇ ଦେଶ ପାଇଁ ଜୀବନ ସମର୍ପି ଦେଇଥିଲେ। ଆଜି ର ଯୁବ ସାମାଜ ମଧ୍ୟ ତାଙ୍କ ଜୀବନ ରୁ ପ୍ରେରଣା ନେଇ ପ୍ରଖର ରାଷ୍ଟ୍ରବାଦ ରେ ନିଜକୁ ପ୍ରେରିତ କରିବା ଦରକାର ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ର ନଗର ସଭାପତି ଜୟଦେବ ପଣ୍ଡା ଯୋଗଦେଇ ଭଗତ ସିଂ ଙ୍କ ଜୀବନୀ ର ଚର୍ଚ୍ଚା କରିଥିଲେ। ଅନ୍ୟମାନଙ୍କ ଭିତରେ କୀର୍ତ୍ତି ରଞ୍ଜନ ପଣ୍ଡା, ଶ୍ରଦ୍ଧା ରଞ୍ଜନ ପଣ୍ଡା, ଓ ସାମ୍ୱାଦିକ ସୂର୍ଯ୍ୟପ୍ରକାଶ ପଟ୍ଟନାୟକ , ବିଶ୍ୱନାଥ ମହାପାତ୍ର, ଇପିଲି ଶାବରିଶ୍ ଙ୍କ ସମେତ ଅନନ୍ତ ପାତ୍ର, ସୋମନାଥ ଗମାଙ୍ଗ ଉପସ୍ଥିତ ଥିଲେ।