ରାମନାଗୁଡ଼ାରେ ‘ଏକ ପେଡ୍ ମାଁ କେ ନାମ୍ ପେ’ କାର୍ଯ୍ୟକ୍ରମ

7

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ନେଇ ରାମନାଗୁଡ଼ା ଅଞ୍ଚଳରେ ‘ଏକ ପେଡ୍ ମାଁ କେ ନାମ୍ ପେ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବନ ବିଭାଗ, ବ୍ଲକ ପ୍ରଶାସନ, ଜନପ୍ରତିନିଧି, ବିଦ୍ୟାଳୟ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ବନ ବିଭାଗ କର୍ମଚାରୀଙ୍କ ସମେତ ପ୍ରାୟ ୩୦୦ ଜଣ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ରାମନାଗୁଡ଼ା ବିଡିଓ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଗୁଣୁପୁର ରେଞ୍ଜର ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ଆଚାର୍ଯ୍ୟ, ସମିତି ସଭ୍ୟ ଅପରାଓ ପାତିକା, ବୁତିଙ୍ଗ ସରପଞ୍ଚ ଦେବଦାସ ତୋଇକା ଓ ୱାର୍ଡ ସଦସ୍ୟ ଦିଲୀପ ବିଡ଼ିକାଙ୍କ ସମେତ ବହୁ ଜନପ୍ରତିନିଧି ଓ ଅଧିକାରୀ ଯୋଗଦେଇଥିଲେ।

ପ୍ରାଥମିକ ସେବାଶ୍ରମ, ହାଡ଼ୁଗୁଡ଼ାର ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପଲତା ମାଣ୍ଡାଙ୍ଗୀ, ଶିକ୍ଷକ ସ୍ୱାଧୀନ କୁମାର ସାହୁ ଓ ନରସିଂହ ସାହୁଙ୍କ ନେତୃତ୍ୱରେ ବିଦ୍ୟାଳୟର ୫୦ ଜଣ ଛାତ୍ରଛାତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିସହ ଗରଣ୍ଡା, ବୁତିଙ୍ଗ, ଡେମଗୁଡ଼ା, ନାଲପୋଣ୍ଡା ଓ ପୋଡ଼ବାସିଙ୍ଗ ଗ୍ରାମର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମଧ୍ୟ ଯୋଗଦେଇ ପରିବେଶ ସୁରକ୍ଷାର ବାର୍ତ୍ତାକୁ ଆଗକୁ ନେଇଥିଲେ।

ରାମନାଗୁଡ଼ା ସେକ୍ସନର ଫରେଷ୍ଟର ଜୟଦେବ ସାବର, ଶ୍ରୀରାମପୁର ବିଟ୍‌ର ଫରେଷ୍ଟ ଗାର୍ଡ କଳ୍ପନା ନାୟକ, ରାମନାଗୁଡ଼ାର ଫରେଷ୍ଟ ଗାର୍ଡ ଗୋରେଖ ମହାନନ୍ଦିଆଙ୍କ ସହିତ ସେକ୍ସନର ସମସ୍ତ ୱାଚର୍ ଏବଂ ଗୁଣୁପୁର ରେଞ୍ଜର ଫରେଷ୍ଟର ଓ ଫରେଷ୍ଟ ଗାର୍ଡମାନେ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

ଏହି ଅବସରରେ ଗୁଣୁପୁର ରେଞ୍ଜର ଫରେଷ୍ଟର ସୁକାନ୍ତ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ପାତ୍ର, ଶିବଶଙ୍କର ମହାପାତ୍ର, ପ୍ରଳୟ ଦଣ୍ଡସେନା, ଅକ୍ଷୟ କୁମାର ମିଶ୍ର ଓ ସବିତା ମହାପାତ୍ରଙ୍କ ସମେତ ଫରେଷ୍ଟ ଗାର୍ଡ ସୂର୍ଯ୍ୟନାରାୟଣ ମହାଙ୍କୁଡ଼, କାମଦେବ ସାବର, ରଞ୍ଜିତା କୁମାରୀ ଗୌଡ଼, ଭାରତୀ ଗୌଡ଼, ରଜନୀ ସାହୁ, ରାମ କୁମାର ନାୟକ, ତାରକେଶ୍ୱର ରାଓ ଓ ଦୀପୁ ଗୌଡ଼ଙ୍କ ସହିତ ଗୁଣୁପୁର ରେଞ୍ଜର ସମସ୍ତ ପାରା ସ୍କ୍ୱାଡ୍ ସଦସ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ବିଭିନ୍ନ ସ୍ଥାନରେ ୧,୦୦୦ଟି ଚାରାଗଛ ରୋପଣ କରାଯାଇଥିଲା। ମାତୃସ୍ନେହର ପ୍ରତୀକ ଭାବେ ଗଛକୁ ସମ୍ମାନ ଦେଇ ଏହାର ଯତ୍ନ ନେବା ସହ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳରେ ବୃକ୍ଷରୋପଣ, ପରିବେଶ ସୁରକ୍ଷା ଓ ସବୁଜ ପରିବେଶ ସୃଷ୍ଟି ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପହଞ୍ଚିଥିଲା।

Leave A Reply

Your email address will not be published.