ରାଜ୍ୟର ସର୍ବାଧିକ ଧାନ ସଂଗ୍ରହକାରୀ ୧୨ଟି ଜିଲ୍ଲାରେ ବିଜେଡିର ଗଣବିକ୍ଷୋଭ ଜାରି

0

 

ଭୁବନେଶ୍ୱର/chakradhar majhi : ସ୍ୱାମୀନାଥନ ରିପୋର୍ଟ ଗାଧୋଇ ଗଲା । କୃଷକଙ୍କ ସ୍ୱାର୍ଥ ରକ୍ଷା ପ୍ରସଂଗ କେନ୍ଦ୍ର କୃଷି ମନ୍ତ୍ରୀ କେବଳ ଭାଷଣବାଜି ମଧ୍ୟରେ ସୀମିତ ରଖିଲେ । ଚକଡ଼ା ପୋକ ଯୋଗୁ ୧ଲକ୍ଷ ହେକ୍ଟରରୁ ଅଧିକ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୭୧୯ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ରାଶି ପାଇବା ଲାଗି ସ୍ମାରକପତ୍ର ଦେବା ପରେ କେନ୍ଦ୍ରମନ୍ତ୍ରୀ ସବୁ ପ୍ରକାର ସାହାଯ୍ୟ ଯୋଗାଇବା ପାଇଁ ଦେଇଥିବା ପ୍ରତିଶ୍ରୁତି ଓଡ଼ିଶା ପାଇଁ ପାଣିର ଗାର ପାଲଟିଗଲା । ଏପରିକି ଚଳିତମାସ ପ୍ରଥମ ସପ୍ତାହରେ ସଂସଦରେ ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜ୍‍ଜୁ ଦେଶରେ ପ୍ରାକୃତିକ ବିପର୍ଯ୍ୟୟରେ ଓ ଚକଡ଼ା ପୋକ ଏବଂ ଅଦିନିଆ ବର୍ଷା ଯୋଗୁ ୧୪ଟି ରାଜ୍ୟ କ୍ଷତିଗ୍ରସ୍ତ ହୋଇଥିବା ନେଇ କେନ୍ଦ୍ର ହାତ ବଢ଼ାଇବ ବୋଲି କହିଥିଲା ବେଳେ ଓଡ଼ିଶା ସଂପର୍କରେ ପଦୁଟିଏ ମଧ୍ୟ କହିନଥିଲେ । ସବୁଠାରୁ ଦୁଃଖଦାୟକ କଥା ହେଲା, ବିକ୍ରି କ୍ଷେତ୍ରରେ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯାହା ଦିଆଯାଉଛି, ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ଓ ଦର ବୃଦ୍ଧି ଲାଗି କେନ୍ଦ୍ର ସରକାର ପୁନଃ ବିଚାର କରିବେ ନାହିଁ ବୋଲି ଡିସେମ୍ବର ୨୯ ତାରିଖ ଦିନ ରାଜ୍ୟସଭାରେ କେନ୍ଦ୍ର କୃଷିମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ ବିବୃତି ଦେଇ ପ୍ରମାଣ କରିଦେଲେ ଯେ ଓଡ଼ିଶାର ଚାଷୀ କୁଳକୁ କେନ୍ଦ୍ର ସରକାର ସହାୟତାର ହାତ ବଢ଼ାଇବେ ନାହିଁ ।
ଉକ୍ତ ନିଷ୍ପତ୍ତି ପ୍ରତିବାଦରେ ମଙ୍ଗଳବାର ରାଜ୍ୟର ସର୍ବାଧିକ ଧାନ ସଂଗ୍ରହକାରୀ ୧୨ଟି ଜିଲ୍ଲା ଅନ୍ତର୍ଗତ ଅତାବିରା, ବଙ୍ଗମୁଣ୍ଡା, ତିଲେଇବଣି, ଲାଞ୍ଜିଗଡ଼, ନର୍ଲା, ପଟାଙ୍ଗୀ, ଉମରକୋଟ, କାଲିମେଳା, ଖରିଆର, କୋମନା, ରେଙ୍ଗାଳି, କୁଚିଣ୍ଡା, ସୋନପୁର, ବିନିକା ବ୍ଲକରେ ପର୍ଯ୍ୟାୟକ୍ରମେ ଅଷ୍ଟମ ଦିନ ଲାଗି ବିଜେଡି ପକ୍ଷରୁ ଅନୁÂିତ ୨ ଘଣ୍ଟିଆ ଗଣବିକ୍ଷୋଭ ବେଳେ ଉପସ୍ଥିତ ଦଳୀୟ ବିଧାୟକ, ସାଂସଦ ଓ ସାଂଗଠନିକ କର୍ମକର୍ତ୍ତାମାନେ ବକ୍ତବ୍ୟ ରଖି ଏହା କହିବା ସହ କେନ୍ଦ୍ରର କୃଷକ ବିରୋଧୀ ମନୋଭାବକୁ ନିନ୍ଦା କରିଛନ୍ତି । ବିଜେଡି ନେତାମାନେ ବ୍ଲକ ସ୍ତରୀୟ ବିକ୍ଷୋଭରେ ଭାଗ ନେଇ ପୁଣି କହିଛନ୍ତି, ୨୦୧୭-୧୮ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ କମିଶନ ଫର୍‍ ଏଗ୍ରିକଲ୍‍ଚରାଲ କଷ୍ଟ ଆଣ୍ଡ ପ୍ରାଇଭେଟ୍‍ (ସିଏସିପି) ଆଧାରରେ କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ୧୫୫୦ ଟଙ୍କା ରଖାିବା ଅତ୍ୟନ୍ତ ଦୁର୍ଭାଗଜ୍ୟନକ । ଓଡ଼ିଶା ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିଲା ବେଳେ ଏହି ରାଜ୍ୟର ଚାଷୀମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଦେବା ପାଇଁ ରାଜ୍ୟ ବିଧାନସଭା ଗୃହ କମିଟିରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଥିଲେ ହେଁ କମିଟିକୁ ଭେଟିବାକୁ ଏ ଦେଶର ପ୍ରଧାନମନ୍ତ୍ରୀ ୫ମିନିଟ୍‍ ସମୟ ଦେଇନପାରିବା ପ୍ରମାଣ କରେ ଯେ ଓଡ଼ିଶାକୁ ସାବତ ପୁଅ ଭଳି ବିବେଚନା କରାଯାଉଛି । ଏବେ ଗୃହ କମିଟି ଦାବି ହାସଲ ପାଇଁ ରାଷ୍ଟ୍ରପତିଙ୍କୁ ଭେଟିବ । ଏହାବ୍ୟତୀତ ଓଡ଼ିଶାର ଚାଷୀମାନଙ୍କ ଉନ୍ନତି କରିବା ପରିବର୍ତ୍ତେ ବିଜେପି ନେତାମାନେ ଯେପରି ସେମାନଙ୍କ ଅର୍ଥନୀତିକୁ ଚୁର୍‍ମାର କରିବା ଲାଗି ଚକ୍ରାନ୍ତ କରୁଛନ୍ତି, ତାହାକୁ  ବିଜୁ ଜନତା ଦଳ ଆଦୌ ବରଦାସ୍ତ କରିବ ନାହିଁ ବୋଲି ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ବିଧାୟକ ଆୟୁବ ଖାଁ, ସଂଜୀବ ସାହୁ, ବଳଭଦ୍ର ମାଝୀ, ଧନେଶ୍ୱର ମାଝୀ, ସୁବାଷ ଗଣ୍ଡ, ପଦ୍ମନାଭ ବେହେରା, ରମେଶ ପଟୁଆ, ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲ, ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଭୁବନେଶ୍ୱର କିଶାନ, ଜିଲ୍ଲା ସଭାପତି ସୁଧୀର କାପରଦାର୍‍, ପ୍ରମୋଦ ରଥ ପ୍ରମୁଖ ବ୍ଲକ ଅଫିସ୍‍ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ ବେଳେ କହିଛନ୍ତି ।
ଏହି ଗଣବିକ୍ଷୋଭ ବେଳେ ଅତାବିରା ବ୍ଲକ ସମ୍ମୁଖରେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ବିଜେଡି ବ୍ଲକ ସଭାପତି ଲମ୍ବୋଦର ମଲ୍ଲିକ, ମହିଳା ଜିଲ୍ଲା ସଭାନେତ୍ରୀ ସୁଜାତା ପଣ୍ଡା, ମାର୍କଫେଡ୍‍ ଅଧ୍ୟକ୍ଷ ବିଭୂଦତ୍ତ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ମୀରା ବଘାର, ବ୍ଲକ ଅଧ୍ୟକ୍ଷା ରୀତା ସାହୁ, ଶ୍ୟାମସୁନ୍ଦର ରଣା, ରାମବାବୁ, ସୌଦାମିନୀ ସାହୁ, ମକରଧ୍ୱଜ ଭୋଇ, ଟିକେଶ୍ୱର କମ୍ପ, ବଙ୍ଗମୁଣ୍ଡା ବ୍ଲକ ସମ୍ମୁଖରେ ବିଧାୟକ ଆୟୁବ ଖାଁ, ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଉଦ୍ଧବ ବେହେରା, ବିଧାୟକ ପ୍ରତିନିଧି ପ୍ରେମଚାନ୍ଦ ପୁଟେଲ୍‍, ସୁଶୀଲ କୁମାର ଜୈନ, ଶରତ ସିଂ ଭୋଇ, ଅଶୋକ ଜୈନ, ରମେଶ ସାହୁ, ବାବୁଲାଲ ଅଦା, ଲାଲସାଇ ତାଣ୍ଡି, କର୍ଣ୍ଣ ମେହେର, ଦୁର୍ବଜ ବେହେରା, ପିଣ୍ଟୁ ଜୈନ, ତିଲେଇବଣି ବ୍ଲକ ସମ୍ମୁଖରେ ବିଧାୟକ ସଂଜୀବ ସାହୁ, ଜିଲ୍ଲା ସଭାପତି ସୁଧୀର କାପରଦାର୍‍, ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ପ୍ରମିଳା ଟିଗା, ଜିଲ୍ଲା କୃଷକ ସାମ୍ମୁଖ୍ୟ ସଭାପତି ପ୍ରସନ୍ନ ପଟେଲ, ବ୍ଲକ କୃଷକ ସଂଘ ସଭାପତି ପ୍ରମୋଦ ଝାଙ୍କର, ଯୁବ ବିଜେଡି ଜିଲ୍ଲା ସଭାପତି ଭୂପେନ୍ଦର ପ୍ରସାଦ ନାୟକ, ସାଧାରଣ ସଂପାଦକ ବିଷ୍ଣୁ ପ୍ରସାଦ ଅମାତ୍ୟ, ବ୍ଲକ ପୂର୍ବତନ ଅଧ୍ୟକ୍ଷ ବିଭୂତି ଗଙ୍ଗଦେବ, ଜିଲ୍ଲା ଉପ-ସଭାପତି ଦେବେନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୂର୍ବତନ ସୁଷମା ବେହେରା, ଅମରେନ୍ଦ୍ର ଗଙ୍ଗଦେବ, ସମିତି ସଭ୍ୟ ଭକ୍ତଚରଣ କିଷାନ, ଲାଞ୍ଜିଗଡ଼ ବ୍ଲକ ସମ୍ମୁଖରେ ବିଧାୟକ ବଳଭଦ୍ର ମାଝୀ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଫକୀର ମୋହନ ମାଝୀ, ଉପାଧ୍ୟକ୍ଷା ତୁଳସୀ ନାଏକ, ବ୍ଲକ ମହିଳା ସଭାନେତ୍ରୀ ସରସ୍ୱତୀ ମୁଣ୍ଡା, ବ୍ଲକ ସଭାପତି ଗୋବିନ୍ଦ ପ୍ରଧାନୀ, ନର୍ଲା ବ୍ଲକ ସମ୍ମୁଖରେ ବିଧାୟକ ଧନେଶ୍ୱର ମାଝୀ, ବ୍ଲକ ସଭାପତି ମନମୋହନ ନାୟକ, ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂହଦେଓ, ଜାକିର ହୁସେନ୍‍, ମହିଳା ସଭାନେତ୍ରୀ ପଙ୍କିଜୀନୀ ନାଏକ, ପୂର୍ବତନ ଅଧ୍ୟକ୍ଷ ପବିତ୍ର କୁମାର, ନୀଳମଣି ସାହୁ, କୋଟପାଡ଼ ବ୍ଲକ ସମ୍ମୁଖରେ ବ୍ଲକ ସଭାପତି ବାଳକୃଷ୍ଣ ବିଶୋୟୀ, ଏନ୍‍ଏସି ସଭାପତି ସୁଧୀର ମହାନ୍ତି, ବ୍ଲକ ବିଜେଡି ଉପ-ସଭାପତି, ବ୍ଲକ ସଂପାଦକ ରଞ୍ଜିତ କୁମାର ପାତ୍ର, ଛାତ୍ର ବିଜେଡି ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଭାପତି ସାଗର ପାତ୍ର,  ଯୁବ ଜିଲ୍ଲା ସଂପାଦକ ସନ୍ତୋଷ କୁମାର ବିଶୋୟୀ, ସରପଞ୍ଚ ଖଗେଶ୍ୱର ପୂଜାରୀ, ବୁଲୁ ବିଶୋୟୀ, ଲୈଖନ ପୂଜାରୀ, ଉମରକୋଟ ବ୍ଲକ ସମ୍ମୁଖରେ ବିଧାୟକ ସୁବାଷ ଗଣ୍ଡ, ମନ୍ତ୍ରୀ ରମେଶ ମାଝୀଙ୍କ ପ୍ରତିନିଧି ପ୍ରମୋଦ ପାଢ଼ୀ, ପୂର୍ବତନ ପୌରଧ୍ୟକ୍ଷ ଝାଡେ଼ଶ୍ୱର ମହାନ୍ତି, ଜିଲ୍ଲା ମହିଳା ସଭାନେତ୍ରୀ ନବୀନା ନାଏକ, ସାଂସଦଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ପଣ୍ଡା, ଖରିଆର ବ୍ଲକ ସମ୍ମୁଖରେ ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲ, ବ୍ଲକ ସଭାପତି ସନ୍ତୋଷ କୁମାର ବିଶି, ନଗର ସଭାପତି ଯୁବକ କୁମାର ଖମାରୀ, ମହିଳା ଜିଲ୍ଲା ସଭାନେତ୍ରୀ ସରସ୍ୱତୀ ବାଗ, ପୂର୍ବତନ ଏନ୍‍ଏସି ଅଧ୍ୟକ୍ଷ ୟାସିନ୍‍ ମହମ୍ମଦ, କୃଷକ ସାମ୍ମୁଖ୍ୟ ସଭାପତି ସନ୍ତୋଷ କୁମାର ନିଆଲ, ଏନ୍‍ଏସି ଅଧ୍ୟକ୍ଷା ଶ୍ରୀମତୀ ଖୋଲଣା ବେହେରା, ଯୁବ ଜିଲ୍ଲା କାର୍ଯ୍ୟକାରୀ ସଭାପତି ମହମ୍ମଦ ସାହିଦ, ଛାତ୍ର ଏନ୍‍ଏସସି ସଭାପତି ହେମନ୍ତ ଖରେ, ଶ୍ରୀମତୀ ପୁଷ୍ପାଞ୍ଜଳି ପାଣ୍ଡେ, କୋମନା ବ୍ଲକ ସମ୍ମୁଖରେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପ ମାଝୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋଜ କୁମାର ମିଶ୍ର, ଛାତ୍ର ଜିଲ୍ଲା ସଭାପତି ହେମନ୍ତ କର, ରେଙ୍ଗାଳୀ ବ୍ଲକ ସମ୍ମୁଖରେ ବିଧାୟକ ରମେଶ ପଟୁଆ, ବ୍ଲକ ସଭାପତି ଜୟରାମ କିଶାନ, ସାଂସଦଙ୍କ ପ୍ରତିନିଧି ନାରାୟଣ ଶର୍ମା, ପର୍ଯ୍ୟବେକ୍ଷକ ସିଦ୍ଧାର୍ଥ ଦାସ, ସରପଞ୍ଚ ଗାନ୍ଧି ବେହେରା, ଶେଷଦେବ ପ୍ରଧାନ, ବରିଷ୍ଠ  ନେତା ଉତ୍ତର ବିଶ୍ୱାଳ, କୁଚିଣ୍ଡା ବ୍ଲକ ସମ୍ମୁଖରେ ଜିଲ୍ଲା ସଭାପତି ପ୍ରମୋଦ ରଥ, ପର୍ଯ୍ୟବେକ୍ଷକ, ବାମରା ବ୍ଲକ ଅଧ୍ୟକ୍ଷ ସଦାନନ୍ଦ କୁଜୁର, ଏନ୍‍ଏସି ସଭାପତି ଗଣେଶ ଅଗ୍ରୱାଲ, ବୃନ୍ଦାବନ ମାଝୀ, ବ୍ଲକ ସଭାପତି, ବିଧାୟକ ପ୍ରାର୍ଥୀ ଭୁବନେଶ୍ୱର କିଶାନ, ସୋନପୁର ବ୍ଲକ ସମ୍ମୁଖରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଜେଡି ଜିଲ୍ଲା ସଭାପତି ସରୋଜ କାମ୍ପ, ଅଭିମନୁ୍ୟ କୁଶାଲ, ରାଜା ସୁନା, ବିନିକା ବ୍ଲକ ସମ୍ମୁଖରେ ବିଧାୟକ ପଦ୍ମନାଭ ବେହେରା, ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ, ନଗର ସଭାପତି ସୋମାନଥ ମିଶ୍ର, ବରିÂ ବିଜେଡି ନେତା ରଞ୍ଜନ ମିଶ୍ର, ଏନ୍‍ଏସି ଉପାଧ୍ୟକ୍ଷା ତପସ୍ୱିନୀ ମେହେର, ନଗର ଯୁବ ସଭାପତି ଶେଖର ଶର୍ମା, ବ୍ଲକ ଯୁବ ସଭାପତି ପ୍ରତାପ ଚାନ୍ଦ, ସମିତି ସଭ୍ୟ ଗୋପାଳ ବାଗ, ନିରଞ୍ଜନ ଭୋଇ, ଜୟପ୍ରକାଶ ପଧାନଙ୍କ ସମେତ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ, ନିର୍ବାଚିତ ପ୍ରତିନିଧି, ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.