ଅବିକଳ୍ପ ଜଳର ସଂରକ୍ଷଣ ଓ ସଠିକ ଉପଯୋଗ ଅତ୍ୟାବଶ୍ୟକ

0

ପାଣି ପଞ୍ଚାୟତ ରଥ ଊଦ୍ଘାଟିତ ।

ଯାଜପୁରରୁ ଜୟଶଙ୍କର ଦାଶ : :ଜଳର ବିକଳ୍ପ ନାହିଁ ।  ଜଳ ମଧ୍ୟ ଅତ୍ୟନ୍ତ ମୂଲ୍ୟବାନ ।  ତେଣୁ ଏହାର ସଂରକ୍ଷଣ ଓ ସଠିକ ଉପଯୋଗ ପାଇଁ ପାଣି ପଞ୍ଚାୟତ ସଚେତନତା ରଥ ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିପାରିବ ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଆଶାବ୍ୟକ୍ତ କରିଚ୍ଥନ୍ତି ।  ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ଠାରେ ଜଳସେଚନ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଏକ ସଚେତନତା ରଥକୁ ପତାକା  ଦେଖାଇ ଜିଲ୍ଳ୍ାପାଳ ଶ୍ରୀ ଦାସ ଉଦ୍ଘାଟନ କରିଥିଲେ ।  ଏହି ରଥ ଆମ କୃଷକ ଭାଇ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ଜଳର ବ୍ୟବହାର ସଂପର୍କରେ ସଚେତନ କରାଇବ ବୋଲି ଜିଲ୍ଳ୍ାପାଳ କହିଥିଲେ ।  ବୈଜ୍ଞାନିକ ପଦ୍ଧତିରେ ଚାଷ ପ୍ରଣାଳୀକୁ ଆପଣାଇବା ସହ କିପରି କମ୍ ଜଳ ବ୍ୟବହାର କରାଯାଇ ଅଧିକ ଓ ଏକାଧିକ ପଂସଲ ଊପôାଦନ କରାଯାଇପାରିବ, ସେଥିପ୍ରତି ମଧ୍ୟ କୃଷକ ମାନେ ସଚେତନ ହେବା ଜରୁରୀ ବୋଲି ଶ୍ରୀ ଦାସ ଆହ୍ୱାନ ଦେଇଥିଲେ ।  ଏହି ରଥ ଜିଲ୍ଳ୍ାର ସମସ୍ତ ୧୦ ଟି ଯାକ ବ୍ଳ୍କ ପରିଭ୍ରମଣ କରି ଜଳର ସୁପରିଚାଳନା ସଂପର୍କରେ ସମସ୍ତଙ୍କୁ ସଚେତନ କରାଇବ ।  ଆସନ୍ତା ୨୪ ତାରିଖରେ ରୁଢିଆ ସ୍ଥିତ ଜଳସେଚନ ବିଭାଗ କାର୍ଯ୍ୟାଳୟ ଠାରେ ପାଣି ପଞ୍ଚାୟତ ପକ୍ଷର ଉଦ୍ୟାପନ ହେବ ବୋଲି ଜଳସେଚନ ବିଭାଗ ପକ୍ଷରୁ ସୂଚନା ମିଳିଚ୍ଥି ।  ଏହି ରଥ ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳାପାଳ ବ୍ରଜବନ୍ଧୁ ଭୋଳ, ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ, ଜାରକା ଡିଭିଜନର ନିର୍ବାହୀ ଯନ୍ତ୍ରୀ ଭକ୍ତ ଚରଣ ମହାନ୍ତି, ବିଂଝାରପୁର ଏସ୍.ଡି.ଓ.  ସତ୍ୟ ସାଗର ଭୂୟାଁ, ଧାମନଗର  ଏସ୍.ଡି.ଓ. ଭୂବନାନନ୍ଦ ମହାନ୍ତି, ଯାଜପୁର ଏସ୍.ଡି.ଓ. ଶଙ୍କର୍ଷଣ ବେହେରା, ସହକାରୀ ଯନ୍ତ୍ରୀ ସୁଧାଂଶୁ ଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.