ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୋଲିସ ସିରିଜ୍ ସାଇକେଲ ଚୋରି ଘଟଣାର ସଫଳ ତଦନ୍ତ କରି ଅଭିଯୁକ୍ତ ଭବାନୀ ପ୍ରସାଦ ଦାଶ (୫୨), ପିତା- ସ୍ୱର୍ଗତ ଚନ୍ଦ୍ରଶେଖର ଦାଶ, ଗ୍ରାମ- ରାଣାଦେବୀ, ଥାନା- ଗୁରାଣ୍ଡି, ଜିଲ୍ଲା- ଗଜପତିଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନା କେସ୍ ନଂ-୩୭୦, ତା.୦୭.୦୯.୨୦୨୬, ଦଫା ୩୦୩(୨) ବିଏନଏସ ରେ ମାମଲା ରୁଜୁ ହୋଇଛି।
ତଦନ୍ତ ସମୟରେ ପୋଲିସ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ପଚରାଉଚରା ସମୟରେ ଅଭିଯୁକ୍ତ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରୁ ବାରମ୍ବାର ସାଇକେଲ ଚୋରି କରିଥିବା ସମ୍ପର୍କରେ ସୂଚନା ଦେଇଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ଗତ ପ୍ରାୟ ୩ ମାସ ମଧ୍ୟରେ ସେ ପାରଳାଖେମୁଣ୍ଡି ସହରରୁ ପ୍ରାୟ ୫୦ ଟି ସାଇକେଲ ଚୋରି କରିଥିବା ଅଭିଯୋଗ ରହିଛି ଏବଂ ସେଥିମଧ୍ୟରୁ ଅନେକ ସାଇକେଲ ବିଭିନ୍ନ ସ୍ଥାନରେ ବିକ୍ରି କରିଥିବା ଜଣାପଡ଼ିଛି। ପୋଲିସର ତଦନ୍ତ ଓ ଅଭିଯୁକ୍ତଙ୍କଠାରୁ ମିଳିଥିବା ସୂଚନା ଆଧାରରେ ବର୍ତ୍ତମାନ ସୁଦ୍ଧା ମୋଟ ୧୩ଟି ଚୋରି ସାଇକେଲ ଉଦ୍ଧାର କରାଯାଇଛି ଏବଂ ଅବଶିଷ୍ଟ ଚୋରି ସାଇକେଲଗୁଡ଼ିକୁ ଠାବ ଓ ଉଦ୍ଧାର କରିବା ପାଇଁ ପୋଲିସର ଉଦ୍ୟମ ଜାରି ରହିଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। ଏହି ମାମଲାର ସଫଳ ତଦନ୍ତ, ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଚୋରି ସାଇକେଲ ଉଦ୍ଧାର କାର୍ଯ୍ୟରେ ପାରଳାଖେମୁଣ୍ଡି ଥାନାର ଏସ୍.ଆଇ. ପ୍ରଫୁଲ୍ଲ ଜଗରଙ୍ଗା , ଏ.ଏସ୍.ଆଇ. କମଳାକାନ୍ତ ସାହୁ ଓ ହାବିଲଦାର ପୂର୍ଣ୍ଣଚନ୍ଦ୍ର ମିଶାଲ ସକ୍ରିୟ ଭାବେ କାର୍ଯ୍ୟ କରିଛନ୍ତି। ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରେସ ବିଜ୍ଞପ୍ତିରେ ପାରଳାଖେମୁଣ୍ଡି ଆଦର୍ଶ ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post