କୋଦଳା : ଗଞ୍ଜାମ ଜିଲ୍ଲା କୋଦଳା ସହର ଉପକଣ୍ଠ ପେଟ୍ରୋଲ ପମ୍ପ ନିକଟରେ ଲଟା ବୁଦା ମଧ୍ୟରେ ଲୁଚି ରହିଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଶଙ୍କର ସେଠୀ ନାମକ ଜଣେ ଯୁବକ ଓ ଦିପ୍ତିରାଣୀ ନାୟକ ନାମ୍ନୀ ଜଣେ ୧୮ ବର୍ଷିୟା ଯୁବତୀ ଗୁରୁତର ଆହତ ହୋଇ ବର୍ତ୍ତମାନ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଉଭୟଙ୍କ ଘର ହିଞ୍ଜିଳି ଅଞ୍ଚଳରେ ଓ ପ୍ରେମିକ ଓ ପ୍ରେମିକା ବୋଲି ଜଣାପଡିଛି। ଉଭୟ ଭୋର୍ ସକାଳୁ ଏକ ବଡ ମୋଟରସାଇକେଲ ରେ ବାହାରକୁ କେଉଁ ଆଡେ ଚାଲି ଯାଉଥିବା ବେଳେ ଏହି ଭଳି ଦୁର୍ଘଟଣା ର ସମ୍ମୁଖୀନ ହୋଇ ଗୁରୁତର ଅବସ୍ଥା ରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପ୍ରଥମେ କୋଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ପରିବାର ଖବର ପାଇ ଡାକ୍ତରଖାନାରେ ପହଞ୍ଚିଛନ୍ତି।
Sign in
Sign in
Recover your password.
A password will be e-mailed to you.