50ହଜାର ରୁ ଉର୍ଦ୍ଧ ଲୋକ ପ୍ରଭାବିତ ହେବା ଆଶଙ୍କା, ଭାରି ପଥର ଗାଡି ଚଳାଚଳ ଯୋଗୁଁ ଧସିଲା ଅଭିଯୋଗ।
ବସ୍ତା: ବସ୍ତା ବ୍ଲକ ସୁବର୍ଣ୍ଣରେଖା ନଦୀର କାଦରାୟାଁ ନିକଟରେ ପୁଣି ଥରେ ପ୍ରାୟ ୨୦୦ ଫୁଟର ଅତଡ଼ା ଧସିଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।ଏକ ମାସ ପୂର୍ବରୁ ଉକ୍ତ ସ୍ଥାନର ଶହେ ମିଟର ଦୂରରୁ ସମାନ ଢଙ୍ଗରେ 2ଶହ ମିଟର ଅତଡ଼ା ଧସିଥିଲା, ସେହି ସ୍ଥାନକୁ ମରାମତି ପାଇଁ ଜଳ ସମ୍ପଦ ବିଭାଗ କୌଣସି ଅନୁମତି ପତ୍ର ବିନା ପ୍ରତିଦିନ ଶହ ଶହ ଭାରି ପଥର ବୋଝେଇ ହାଇୱା ଓ ଟ୍ରକ ଉକ୍ତ ନଦୀ ବନ୍ଧ ଉପର ଦେଇ ଯିବା ଆସିବା ଯୋଗୁଁ ପ୍ରଥମେ ରାସ୍ତା ଫାଟିଲା କିଛି ସ୍ଥାନରେ ରାସ୍ତା ଦବିଲା ଏବଂ ଆଜି ମଧ୍ୟାହ୍ନରେ ଦୁର୍ବଳ ନଦୀ ବନ୍ଧ 2ଶହ ମିଟର ଧସିଲା ବୋଲି ଗ୍ରାମବାସି ଅଭିଯୋଗ କରିଛନ୍ତି।ଏବେ ବର୍ଷା ଦିନ, ନଦୀରେ ଜଳସ୍ତର ବଢୁଛି। ଚଳିତ ବର୍ଷ ସୁବର୍ଣ୍ଣରେଖାରେ ତୃତୀୟ ଥର ବନ୍ୟା ଆସିସାରିଛି,ଆଜିର ଅତଡ଼ା ଧସିବା ପରେ ଯଦି ଆଉ ଥରେ ବନ୍ୟା ଆସେ, ତାହାଲେ ବନ୍ଧ ଭାଙ୍ଗବା ସହ କାଦରାୟାଁ ସହ ସନ୍ତୋଷପୁର, ଭେଲୋରା,ରଘୁନାଥପୁର,କରୁଆ,ପାଉଁଶକୁଲି,ତାଡଦା,ସିଂଲା ଆଦି ପଞ୍ଚାୟତର ପ୍ରାୟ 50ହଜାର ରୁ ଉର୍ଦ୍ଧ ଲୋକ ପ୍ରଭାବିତ ହେବେ।ସ୍ଥାନୀୟ ଲୋକେ ଜିଲ୍ଲାପାଳ ଓ ଜଳସମ୍ପଦ ବିଭାଗକୁ ତୁରନ୍ତ ଅତଡ଼ା ମରାମତି ଏବଂ ବନ୍ଧ ଉପରେ ଭାରି ଯାନ ଚଳାଚଳ ବନ୍ଦ କରିବାକୁ ଦାବି କରିଛନ୍ତି।