ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ରେ ଓଡ଼ିଶା ସରକାରଙ୍କ ସ୍କିଲ ଓଡ଼ିଶା ଆନୁକୂଲ୍ୟ ରେ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଷୟ ରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଅଧ୍ୟକ୍ଷା ଡ. ରୀନା ସାହୁ ଙ୍କ ସଭାପତିତ୍ୱ ରେ କାର୍ଯକ୍ରମ ଟି ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଶକ୍ତିଶ୍ରୀ ସଂଯୋଜିତା ଶ୍ରୀମତୀ ବରଦା ଆଚାର୍ଯ୍ୟ , ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସ୍କିଲ୍ ଓଡ଼ିଶା , ଏଚ ସି ଏଲ ଗ୍ରୁପ୍ ର ବରିଷ୍ଠ କାର୍ଯ୍ୟନିର୍ବାହୀ ଶ୍ରୀ ଅଯୋଧ୍ୟାନାଥ ପାଣିଗ୍ରାହୀ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରୟୋଜିତ ଡ଼ିଜିଟାଲ୍ କୌଶଳ ଶିକ୍ଷା ର ସୁବିଧା ଓ ସମ୍ଭାବନା ବିଷୟ ରେ ଆଲୋକପାତ କରିଥିଲେ ଏବଂ ଏହି ଡ଼ିଜିଟାଲ୍ ପାଠ୍ୟକ୍ରମ ପାଇଁ ପଞ୍ଜୀକରଣ କରିବା କୁ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଯୁକ୍ତ ତିନି ୨ୟ ଓ ୩ୟ ବର୍ଷ ଛାତ୍ରୀମାନେ ବହୁ ସଂଖ୍ୟା ରେ ଯୋଗଦେଇ ନିଜକୁ ପଞ୍ଜୀକୃତ କରିଥିଲେ। ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.