ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ଆଜି ପଦ୍ମପୁର ଗସ୍ତରେ ଆସି ବ୍ଲକ୍ ର ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହା, ସରକାରୀ ବାଳକ ପ୍ରାଥମିକ ବିଦ୍ୟାଳୟ, ପଦ୍ମପୁର ଓ ବିଇଓ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। କନସିଂହା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଶିକ୍ଷାର ଅଗ୍ରଗତି ସମୀକ୍ଷା କରିଥିଲେ। ଦଶମ ଶ୍ରେଣୀର ଛତ୍ରଛାତ୍ରୀ ମାନଙ୍କୁ ଆଗାମୀ ବାର୍ଷିକ ପରୀକ୍ଷାରେ କିଭଳି ସଫଲତା ଅର୍ଜନ କରି ଏ୧ ଆଣିବେ, ସେ ବିଷୟରେ ମାର୍ଗ ଦର୍ଶନ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ପରେ ସେ ବାଳକ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଟିଏଲ୍ଏମ୍ ବ୍ଲକ୍ ସାଧନ କେନ୍ଦ୍ର ଓ ଛାତ୍ର ଛାତ୍ରୀଙ୍କ ସହ ଗୁଣାତ୍ମକ ଶିକ୍ଷାର ମୂଲ୍ୟାୟନ କରିଥିଲେ। ଶେଷରେ ସେ ବିଇଓ କାର୍ଯ୍ୟାଳୟ ରେ ଲୋକନାଥ ଭୋଇଙ୍କ ସହ ବ୍ଲକ୍ ର ବିଭିନ୍ନ ଶୈକ୍ଷିକ ଓ ଅଣ ଶୈକ୍ଷିକ କାର୍ଯ୍ୟକଳାପ ଗୁଡ଼ିକର ସମୀକ୍ଷା କରିଥିଲେ। ଏଥିରେ ସମସ୍ତ କର୍ମଚାରୀ ଙ୍କ ସହ ପଦ୍ମପୁର ସିଆରସିସି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.