ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଦିବସ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭକ୍ତଚରଣ ସାହୁ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଆରମ୍ଭ କରି ଗୁରୁ ପରମ୍ପରା ବିଷୟରେ ଆଲୋଚନା କରିଥିଲେ । ସଂକୁଳ ପ୍ରମୁଖ ତଥା ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଡା.ଦ୍ୱାଦଶ କୁମାର ପ୍ରଧାନ ଯୋଗଦେଇ ଶିଶୁ ମାନଙ୍କୁ ଆର୍ଶିବଚନ ପ୍ରଦାନ କରିଥିଲେ । ଶ୍ରୀମାନ ସଂଜୀବ କୁମାର ସାହୁ ସଂଯୋଜନା କରିଥିବା ବେଳେ, ଦିବା ପର୍ଯ୍ୟାୟ ପ୍ରମୁଖ ଶ୍ରୀଯୁକ୍ତ ମୁଦିରଥ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ସୁଶ୍ରୀ ମିତା ଛତ୍ରିଆ ଗୁରୁମା ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ବିଷୟରେ ଓ ଗୁରୁଦିବସ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ ।ଶ୍ରୀଯୁକ୍ତ ସୁକାନ୍ତ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାତଃ ପଯ୍ୟାୟରେ ଶରତ ମେହେର ସଂଯୋଜନା କରିଥିବା ବେଳେ ଶ୍ରୀଯୁକ୍ତ ଦୁର୍ବାଦଳ ସାହୁ ଗୁରୁଦିବସ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ । ପ୍ରାତଃ ପଯ୍ୟାୟ ପ୍ରମୁଖା ଶ୍ରୀମତୀ ସୁଜାତା ତ୍ରିପାଠୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଜୀବନାନନ୍ଦ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାମନ୍ଦିର ରେ ଅବସରପ୍ରାପ୍ତ ଅଧ୍ୟାପକ ତଥା ଶିକ୍ଷା ବିକାଶ ସମିତି ବିଦ୍ଵତ ପରିଷଦ ସଭାପତି ଡ଼ଃ ବାଞ୍ଚାନିଥି ପଣ୍ଡା ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୃଥିରାଜ ସାହୁ ପ୍ରମୁଖ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁଦିବସ ଓ ଗୁରୁ ପରମ୍ପରା ଉପରେ ମାର୍ଗଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାମନ୍ଦିର ପ୍ରମୁଖ ଦେବରାଜ ଡନସନା ଧନ୍ୟବାଦ ଅର୍ପଣ କରିଥିଲେ ।ଶେଷରେ ଭାଇଭଉଣୀ ମାନଙ୍କ ଦ୍ୱାରା ଗୁରୁ ପୂଜନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.