ବାଣପୁରରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ପାଳିତ

11

ବାଣପୁର:(ସେକ୍ କୌସର): ଗୁରୁଦିବସ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ନୋଡାଲ ଅଫିସର ତଥା ଜିଲ୍ଲା ଶିକ୍ଷାଧିକାରୀଙ୍କ ମାର୍ଗ ଦର୍ଶନରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ -୨୦୨୬ ପାଳିତ ହୋଇଛି । ଏଥି ନିମନ୍ତେ ଗ୍ରାମ୍ୟ ପରିକ୍ରମଣ, ରାଲି ଦ୍ଵାରା ଜନ ସଚେତନତା କରାଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଆଞ୍ଚଳିକ କେନ୍ଦ୍ର ସଂଯୋଜକ ସାଧନକର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ଵରାନିତ କରିବା ସହିତ ଉକ୍ତ କାର୍ଯ୍ୟକ୍ରମର ସଚେତନତା ଯୋଗାଇ ଛାତ୍ରଛାତ୍ରୀ ମାନଙ୍କୁ ଅନୁପ୍ରାଣିତ କରିଛନ୍ତି ।

Leave A Reply

Your email address will not be published.