ସିଏମ୍ କିଷାନ ଯୋଜନା ର ପଞ୍ଚମ କିସ୍ତି ସହାୟତା ରାଶି ହସ୍ତାନ୍ତରଣ ଅବସରରେ କିଷାନ ସମ୍ମାନ ସମାରୋହ ଅନୁଷ୍ଠିତ

8

ଜଗତସିଂହପୁର, ତା: ୦୪.୦୯.୨୦୨୬ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ଵର ର ଓ.ୟୁ.ଏ.ଟି. କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ସିଏମ୍ କିଷାନ ସମ୍ମାନନିଧିର ପଞ୍ଚମ କିସ୍ତି ପ୍ରଦାନ ସମାରୋହରେ ରାଜ୍ୟ ର ୪୧.୩୫ଲକ୍ଷ ଚାଷୀଙ୍କୁ ୮୩୩ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ହସ୍ତାନ୍ତର କରିଛନ୍ତି I ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ସିଏମ୍ କିସାନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ ପିଲ୍ଲୈ ଙ୍କ ସଭାପତିତ୍ୱ ରେ ଆୟୋଜିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ଵାଇଁ ଏବଂ ସମ୍ମାନନୀୟ ଅତିଥି ଭାବେ ବିଧାୟକ – ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ,ଜଗତସିଂହପୁର ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ, ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ଭୋଇ ଯୋଗଦେଇ ଥିଲେ।
ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀମାନେ ଓ.ୟୁ.ଏ.ଟି. କୃଷି ଶିକ୍ଷା ସଦନ ଠାରୁ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ ହେଉଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିଥିଲେ । ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ମୋଟ ୧,୩୯,୭୭୭ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ହସ୍ତାନ୍ତର ହୋଇଛି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I

ଏଠାରେ ସୂଚନା ଥାଉ କି, କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ସିଏମ୍ କିଷାନ ଯୋଜନା ଏକ କଲ୍ୟାଣକାରୀ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ଭାବରେ ବର୍ଷକୁ ୪୦୦୦ ଟଙ୍କା ଦୁଇଟି କିସ୍ତି ମାଧ୍ୟମରେ ପ୍ରଦାନ କରାଯାଇ ଥାଏ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଭୁଦତ୍ତ ସାହୁ,କେ.ଭି.କେ ବୈଜ୍ଞାନିକ, ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ୍ କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.