ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଆଜି ୦୪-୦୯-୨୬ ରେ ମାଲକାନଗିରି ଜିଲ୍ଲା, ମାଲକାନଗିରି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ସି.ଏମ୍ କୃଷକ ସହାୟତା ରାଶି ପ୍ରଦାନ କାଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାରା ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନିଜ କର କମଳରେ ରାଜ୍ୟରେ ଥିବା ସମସ୍ତ କୃଷକ ମାନଙ୍କୁ ସି ଏମ୍ କିଷାନ ଯୋଜନା ମାଧ୍ୟମରେ ସହାୟତା ରାଶି ପ୍ରଦାନ କରିଥିଲେ ଏହି ଅବସରରେ ମାଲକାନଗିରି କୃଷି ବିଜ୍ଞାନ କେନ୍ଦ୍ର ରେ ଜିଲ୍ଲା ର ସମସ୍ତ ବ୍ଲକରୁ ୧୫୦ରୁ ଉର୍ଦ୍ଧ ମହିଳା ଏବଂ ପୁରୁଷ କୃଷକ ଉପସ୍ଥିତ ରହି କାଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ମୁଖ୍ୟମନ୍ତ୍ରୀ କୃଷକ ସହାୟତା ରାଶି ଗ୍ରହଣ କରିଥିଲେ।

ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ବିଧାୟକ ମଙ୍ଗୁ ଖିଲା,ମାଲକାନଗିରି ସ୍ଵତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସଡ଼ୀ ,ମାଲକାନଗିରି ବ୍ଲକ ଉପାଦକ୍ଷ ନିରଞ୍ଜନ ହାଲଦାର, ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ, ମାଲକାନଗିରି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀ, ନିଦ୍ଦେର୍ଶକ, ଉପନିର୍ଦ୍ଦେଶକ, ବୈଜ୍ଞାନିକ, ସହିତ ଅନେକ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ।