ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ସଚେତନତା :ସୁନ୍ଦରଗଡ଼ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

0 1

 ସୁନ୍ଦରଗଡରୁ ହୋରଚାନ୍ଦ ଦେଉରୀଆ : ସୁନ୍ଦରଗଡ଼ ସହରରେ ଅପରାଧୀଙ୍କ ନିଦ ପୋଲିସ ହଜାଇ ଦେଇଥିବା ବେଳେ ଚଳିତ ମାସରେ ହେବାକୁ ଥିବା ନିର୍ବାଚନରେ  ଶାନ୍ତି ଶୃଙ୍ଖଳା ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖିବା ସହ ଅବାଧ ଓ ମୁକ୍ତ ନିର୍ବାଚନ କରାଇବା ପାଇଁ ଅବିରତ ଉଦ୍ୟମ ଜାରି  ରଖିଛି ସୁନ୍ଦରଗଡ଼ ପୋଲିସ। ତେଣୁ ନିର୍ବାଚନ ପୂର୍ବରୁ ଲୋକଙ୍କ ମନରେ ବିଶ୍ୱାସ ଜନ୍ମଇବା ପାଇଁ ଓ ଭୟମୁକ୍ତ ଭାବେ ମତଦାନ କରିବାକୁ  ପ୍ରୋତ୍ସାହିତ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଆରକ୍ଷୀ ଅଧିକାରୀ ସୋମ୍ୟା ମିଶ୍ର ଙ୍କ ନିର୍ଦେଶରେ ଏକ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ଏହି ଫ୍ଲାଗ ମାର୍ଚ୍ଚରେ ବାହାରି ସହରରେ ଫ୍ଲାଗ ମାର୍ଚ୍ଚ ରେ ଟାଉନ ଥାନା ଅଧିକାରୀ ବିବଶ୍ଵ ପ୍ରଧାନ, ଲେଫ୍ରିପଡା ଥାନ ରେ ତାଲିମ ନେଉଥିବା ଡ଼ିଏସପି ମଧୁସ୍ମିତା ମିଶ୍ର, ଡ଼ିଏସ୍ପି ପ୍ରଶାନ୍ତ କୁମାର ସାହୁ, ଟାଉନ ଥାନା ଷ୍ଟାପ, ରିଜର୍ଭ ପୋଲିସ  ଷ୍ଟାଫ ସାମିଲ ହୋଇ ଟାଉନ ଥାନା ରୁ ବାହାରି ମୁଣ୍ଡାପଡା,ମହାତିଆ ପଡା, ରିଜେନ ମାର୍କେଟ, ରାଜବାଟୀ ଛକ, ପଞ୍ଚମୁଖୀ ଛକ, ରାଣୀ ବଗିଚା, ପୁରୁଣା ବସଷ୍ଟାଣ୍ଡ ,ବ୍ଲକ କଲୋନୀ,ସଂକରା, ମିଶନ ଛକ, ହସ୍ପିଟାଲ ଛକ ଦେଇ ଟାଉନ ଥାନାରେ ପହଞ୍ଚି ଥିଲେ ।

Leave A Reply

Your email address will not be published.