କେନ୍ଦୁଝର,ତା୪/୯-ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, କେନ୍ଦୁଝରଗଡ ଠାରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ବାସ୍ତୁଶାସ୍ତ୍ରବିତ୍ ଡଃ ଦେବଦତ୍ତ ଷଡଙ୍ଗୀ ଉପସ୍ଥିତ ରହି କୃଷ୍ଣଙ୍କ ବାଲ୍ୟଲୀଳା ସମ୍ବନ୍ଧରେ ଶିଶୁମାନଙ୍କୁ ନିଜ ବକ୍ତବ୍ୟ ମାଧ୍ଯମରେ କହିଥିଲେ । ବିଦ୍ୟାଳୟର ପରିଚାଳନା ସମିତିର ସଂପାଦକ ସୁଂଧାଶୁ ଶେଖର ପଣ୍ଡା, ସଦସ୍ୟା ଭକ୍ତିଶ୍ରୀ ନାୟକ, ଦୁଲାରୀ କିଷ୍ଣୁ ଯୋଗଦେଇ କୃଷ୍ଣଜନ୍ମର ବୃତ୍ତାନ୍ତ ବିଷୟରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ ଭାଗବତ ପାଠ ପ୍ରତିଯୋଗିତାରେ ପ୍ରିୟାଂଶୀ ଘୋଷ, ସାଇଓମ୍ ରାଉତ, ଅଂଶିକା ସାହୁ, ପବିଶନା ମିଶ୍ର, ଆଦ୍ୟାଶା ସାହୁ, ଶଶରେଖା ମହାନ୍ତ, ବିଦ୍ୟାଶୀ ମହାନ୍ତ, ସାଇଶ୍ରୀ ପୃଷ୍ଟି, ବିଶ୍ଵରୂପା ବାରିକ, ଉନ୍ନତି ଚାଉଡା, ଆଦ୍ୟାଶା ବାରିକ ଓ ସୁଧା ସଞ୍ଜିବନୀ ବେହେରା ଅତିଥିଙ୍କ ଦ୍ବାରା ପୁରସ୍କୃତ ହେଇଥିଲେ ।

ତତ୍ପରେ ଶିଶୁବାଟିକାର ଶିଶୁମାନଙ୍କ ଦ୍ବାରା କୃଷ୍ଣବେଶ ପ୍ରତିଯୋଗିତ କରାଯାଇଥିଲା । ପ୍ରାରମ୍ଭରେ କୃଷ୍ଣ ବେଶଧାରୀ ଶିଶୁମାନେ ନଗର ପରିକ୍ରମା କରିଥିଲେ । ତତ୍ପରେ ଦହି ଦାଣ୍ଡି ଭଙ୍ଗା, ଝୁଲଣ, କୃଷ୍ଣ ବାଲ୍ୟ ଲୀଳା ପ୍ରଦର୍ଶନ, କୃଷ୍ଣ ଜନ୍ମ ବାଲନାଟ୍ୟ ପ୍ରଦର୍ଶନ, ନୃତ୍ୟ ତଥା କୃଷ୍ଣବେଶ ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ କରାଯାଇଥିଲା । ବିଦ୍ୟାଳୟର ୨୫୦ ଜଣରୁ ଉର୍ଦ୍ଧ୍ବ ଶିଶୁ ବେଶ ପ୍ରତିଯୋଗିତା ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏଥିରେ ସମସ୍ତ ଶିଶୁ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିଶୁବାଟିକା ପ୍ରମୁଖ ପ୍ରଦୀପ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆଧାରସ୍ତରରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।