ପୁରୀରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଏବଂ ପଦ୍ମଭୂଷଣ ମା’ ସାଧ୍ୱୀ ଋତମ୍ଭରା ଜୀଙ୍କ ଆଶୀର୍ବାଦ ନେଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

11

ପୁରୀ,୦୩ ସେପ୍ଟେମ୍ବର ୨୦୨୬ – ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ପୁରୀ ଗସ୍ତ ଅବସରରେ ପୁରୀ ଗୋବର୍ଦ୍ଧନ ପୀଠର ପୂଜ୍ୟ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଏବଂ ପରମ ପୂଜନୀୟା ପଦ୍ମଭୂଷଣ ମା’ ସାଧ୍ୱୀ ଋତମ୍ଭରା ଜୀଙ୍କୁ ସାକ୍ଷାତ କରି ଆଶୀର୍ବାଦ ଗ୍ରହଣ କରିଛନ୍ତି ।

ପୁରୀ ଗୋବର୍ଦ୍ଧନ ପୀଠରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କ ଶ୍ରୀଚରଣରେ ପ୍ରଣାମ ଜଣାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପୂଜ୍ୟ ଶଙ୍କରାଚାର୍ଯ୍ୟ ଜୀଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦ ସଦାସର୍ବଦା ସମାଜ, ସନାତନ ସଂସ୍କୃତି ଏବଂ ଲୋକକଲ୍ୟାଣ ପଥରେ ଆଗେଇବା ପାଇଁ ଶକ୍ତି ଓ ପ୍ରେରଣା ଯୋଗାଇଥାଏ । ଏହାସହ ପୁରୀ ଠାରେ ପରମ ପୂଜନୀୟା ପଦ୍ମଭୂଷଣ ମା’ ସାଧ୍ୱୀ ଋତମ୍ଭରା ଜୀଙ୍କ ସହ ଶ୍ରୀ ପ୍ରଧାନ ସାକ୍ଷାତ ଆଲୋଚନା କରିଥିଲେ । 

Leave A Reply

Your email address will not be published.