ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସମାବେଶରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ ସମ୍ମାନିତ ହୋଇଛନ୍ତି। ଜାତୀୟ ଶିକ୍ଷା ଓ ପ୍ରଶାସନ ପ୍ରତିଷ୍ଠାନ(ନିପା)ତରଫରୁ ଆୟୋଜିତ ଏହି ସମାବେଶରେ ଏନସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଜେ.ଏସ୍.ରାଜପୁତ , ନିପାର କୁଳପତି ପ୍ରଫେସର ଶଶୀକଳା ଓ୍ୱାନ୍ଜରୀ , ନିପାର କୁଳାଧିପତି ପ୍ରଫେସର ରାମଶଙ୍କର ଦୁବେଙ୍କ ଠାରୁ ଏହି ବିରଳ ସମ୍ମାନ ଗ୍ରହଣ କରିଛନ୍ତି।
ଗତ ୨ ବର୍ଷ ମଧ୍ୟରେ ଗଜପତି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ଅଭୂତପୂର୍ବ ପରିବର୍ତ୍ତନ ଆଣି ରାଜ୍ଯସ୍ତରରେ ଗଜପତି ଜିଲ୍ଲାକୁ ସର୍ବଶ୍ରେଷ୍ଠ ସ୍ଥାନ ଦେବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି।ଏହାଛଡା ପ୍ରୟାସ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜରିଆରେ ଦଳଗତ କାର୍ଯ୍ୟକ୍ରମ ଦ୍ୱାରା ସମଗ୍ର ଜିଲ୍ଲାରେ ଶିକ୍ଷାରେ ଏକ ନୂତନ ପରିବେଶ ସ୍ରୁଷ୍ଟି କରିବାରେ ତାଙ୍କର ଅହଂ ଭୂମିକା ସମ୍ପାଦନ କରିଛନ୍ତି। ଯାହାଦ୍ୱାରା ସେ ଜାତୀୟ ସ୍ତରରେ ପ୍ରଶଂସିତ ହେବାସହ ଜିଲ୍ଲାର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖି ପାରିଛନ୍ତି। ତାଙ୍କର ଏହି ବିରଳ ସମ୍ମାନ ପାଇଁ ଗଜପତି ଜିଲ୍ଲାର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ,ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାଗଣ ଡ.ସାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post