ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ବାଲୁଗାଁ ପଞ୍ଚାୟତ ବାସୀଙ୍କ ପାଇଁ ବଡ ଦୁଃଖଦ ଖବର। ବାଲୁଗାଁ ପଞ୍ଚାୟତର ଯୁବ ସରପଞ୍ଚ ତଥା ସରପଞ୍ଚ ସଂଘର ବ୍ଲକ୍ ସଭାପତି ଇଂ ମନୋଜ କୁମାର ନାୟକଙ୍କ ପରଲୋକ ଘଟିଛି। ବାଲୁଗାଁ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ କାଶୀନାଥ ନାୟକଙ୍କ ବଡ଼ ପୁଅ ଥିଲେ ମନୋଜ। ମନୋଜ ଇଞ୍ଜିିୟରିଙ୍ଗ୍ ପାଠ ପଢ଼ିବା ପରେ ପଞ୍ଚାୟତ ବାସୀଙ୍କ ସେବା କରିବା ପାଇଁ ବିଜେଡ଼ି ରାଜନୀତିରେ ପ୍ରବେଶ କରିଥିଲେ । ଜଣେ ଯୁବ ସଂଗଠକ ଭାବେ ବେଶ୍ ପରିଚିତ ଥିଲେ ମନୋଜ୍। ତେଣୁ ୨୦୨୨ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ଲଢ଼ିଥିଲେ। ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ସରପଞ୍ଚ ହେବା ଦିନଠାରୁ ପଞ୍ଚାୟତ ବାସୀଙ୍କ ହୃଦୟ ଜିଣି ନେଇଥିଲେ ମନୋଜ। ଗତକାଲି ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା ଏବଂ ପରେ ଭୁବନେଶ୍ଵର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମନୋଜ ଚିକିତ୍ସିତ ହେଉଥିବା ଆଜି ରାତି ସାଢ଼େ ୭ଟା ସମୟରେ ପରଲୋକ ଘଟିଥିବା ନେଇ ସୂଚନା ମିଳିଥିଲା। ମନୋଜଙ୍କ ଆକସ୍ମିକ ମୃତ୍ୟୁ ହେବା ପରେ ପରିବାର ଓ ଶୁଭେଚ୍ଛୁ ଭାଙ୍ଗି ପଡିଛନ୍ତି। ମନୋଜ ଜଣେ ଯୁବ ଜନପ୍ରତିନିଧି ଭାବେ ନିଜର ସରଳ, ମିଷ୍ଟଭାଷୀ ଓ ଲୋକାଭିମୁଖୀ ବ୍ୟବହାର ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟ ଥିଲେ। ଏଥିସହିତ ବିଜୁ ଜନତା ଦଳର ଜଣେ ଦକ୍ଷ ସଂଗଠକ ଭାବେ ସେ ଦଳୀୟ ସଂଗଠନକୁ ମଜବୁତ କରିବାରେ ସକ୍ରିୟ ଭୂମିକା ନେଇଥିଲେ। ତାଙ୍କର ମୃତ୍ୟୁ ହେବା ଖବର ବାଲୁଗାଁ ଓ ଆଖ ପାଖ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି। ଖବର ପାଇବା ପରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଈଂ ଦେବାଶିଷ ପଟ୍ଟନାୟକ, ବିଜୁ ଜନତା ଦଳର ନାରୀନେତ୍ରୀ ଇରାନୀ ରାୟ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.